ଉମରକୋଟ ଶିଳ୍ପ ତାଲିମ କେନ୍ଦ୍ରଠାରେ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ

ଉମରକୋଟ : ଉମରକୋଟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରେରଣା ଯୁବ ଓଡିଶା ନବୀନ ଓଡିଶା ସମନ୍ୱିତ ସାଂସ୍କୃତିକ  ଓ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି  l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ସମ୍ମାନିତ ଅତିଥି  ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡଃ. ପଙ୍କଜ ଲୋଚନ ମିଶ୍ର ପ୍ରମୁଖ ଯୋଗ ଦେଇ କ୍ରୀଡା, ସାଂସ୍କୃତିକ ଓ ସମାଜସେବା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଏହା ବ୍ୟାପକ ସୁଯୋଗ ସୃଷ୍ଟି କରିଛି ବୋଲି ମତରଖିଥିଲେ l ଏଇ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ  ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ , ଗୀତ ଏବଂ କମେଡି ପ୍ରଦର୍ଶିତ ହୋଇଥିଲା l ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନର ଉପସଭାପତି ଇଂ.ଚନ୍ଦନା ମଲ୍ଲିକ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଅର୍ନ୍ତନିହିତ ଗୁଣର ବିକାଶ ପାଇଁ ଏହି ଉତ୍ସବ ଫଳପ୍ରଦ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମଟିରେ ସଂସ୍ଥାର ପ୍ରଶିକ୍ଷଣ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ବର୍ମନ,ଶ୍ରୀ ସୁଶାନ୍ତ କୁମାର ଡାକୁଆ,ବରିଷ୍ଠ ପ୍ରଶିକ୍ଷକ ଶ୍ରୀ ସୌରଭ ମିଶ୍ର,ଦିପ୍ତିମୟୀ ସିଂହାରୀ,ପ୍ରଦୋଷ ମହାପାତ୍ର,ଏସ୍.ମୁର୍ମୁ , ଏ .କେ ନାୟକ ,ସଞ୍ଜୟ କୁମାର ପରିଡା,ନୀଳକଣ୍ଠ ମିଶ୍ର,ସଂଯୁକ୍ତା ଡାକୁଆ ,ବାଲାଜୀ ବେହେରା ପ୍ରମୁଖ ସହଯୋଗ କରିଥିଲେ l ପରିଶେଷରେ ସଂସ୍ଥାର ଅଧ୍ୟକ୍ଷା ଶ୍ରୀମତୀ ଦୀପିକା ସରକାର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମଟି ମହା ଉଲ୍ଲାସର ସହିତ ପ୍ରଦର୍ଶିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l

Leave A Reply

Your email address will not be published.

7 − 7 =