ପାରାଦୀପରେ ହୃତପିଣ୍ଡ ଫୁସଫୁସ ପୁନଃକାର୍ଯ୍ୟକ୍ଷମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପାରାଦୀପ : ପୃଥିବୀ ତଥା ଭାରତବର୍ଷରେ ଦୈନିକ ହୃତପିଣ୍ଡ ଓ ଫୁସଫୁସ ଜନିତ କାରଣ ଯୋଗୁଁ ବହୁ ଲୋକଙ୍କ ହୃଦଘାତରେ ମୃତ୍ୟୁବରଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ତେବେ କିଛି ସାବଧାନତା ଅବଲମ୍ବନ କଲେ ବହୁ ଜୀବନ ସୁରକ୍ଷିତ ହୋଇପାରନ୍ତା ଏବଂ ଏଥିପାଇଁ ସାଧାରଣରେ ପ୍ରଶିକ୍ଷିତ ହେବା ନିତ୍ୟାନ୍ତ ଜରୁରୀ l ତେବେ ଏହାକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟର ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ହୃତପିଣ୍ଡ ପୁନଃକାର୍ଯ୍ୟକ୍ଷମ ସଂକ୍ରାନ୍ତୀୟ ଏକ ମେଗା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ପାରାଦୀପ ବନ୍ଦର ସହାୟତାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ସମ୍ମେଳନ କକ୍ଷ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ସତ୍ୟସାଇ ସେବା ସଂଗଠନର ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ଡା. ସତ୍ୟ ସ୍ୱରୂପ ପଟ୍ଟନାୟକ, ପୂର୍ବ ଭାରତ ସଂଗଠନର ସଭାପତି ନାରାୟଣ ପ୍ରସାଦ ସର, ରାଜ୍ୟ ଆବାହକ ଅକ୍ଷୟ ପାଣି, ରାଜ୍ୟ ଟ୍ରଷ୍ଟି ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ଜଗତସିଂହପୁର ସଭାପତି ଦାମୋଦର ସ୍ୱାଇଁ, ପାରାଦୀପ ଲେଡିଜ କ୍ଲବ ସଭାନେତ୍ରୀ ପି. ଗିରିଜା ସୁନ୍ଦରୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ୧୩୨୮ ଜଣ ହୃତପିଣ୍ଡ ପୁନଃକାର୍ଯ୍ୟକ୍ଷମ ସମ୍ପର୍କୀୟ ପ୍ରଶିକ୍ଷଣ ଗ୍ରହଣ କରିଥିଲେ l

Leave A Reply

Your email address will not be published.

fifteen − 2 =