ପାରାଦୀପ ବନ୍ଦର ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ଃ.ବି.ଆର.ଆମ୍ବେଦକରଙ୍କ ୬୭ତମ ତିରୋଧାନ ଦିବସ ପାଳିତ

ପାରାଦୀପ : ପ୍ରତିବର୍ଷ ଡିସେମ୍ବର ମାସ ୬ ତାରିଖରେ ଭାରତ ବର୍ଷର ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ଡ଼ଃ.ଭିମରାଓ ରାମଜୀ ଆମ୍ବେଦକର (ଡ଼ଃ.ବି.ଆର.ଆମ୍ବେଦକର) ଙ୍କ ତିରୋଧାନ ଦିବସ ପାଳନ କରାଯାଇଥାଏ l ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ପାରାଦୀପ ବନ୍ଦର ଅଫିସର୍ସ ଆସୋସିଏସନ ନିକଟସ୍ଥ ଆମ୍ବେଦକର ପାର୍କଠାରେ ଆମ୍ବେଦକରଙ୍କ ୬୭ତମ ତିରୋଧାନ ବା ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ଯୋଗଦେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର ସଚିବ ଡ଼ଃ.ପି.ଏନ.ବାହେକର, ମୁଖ୍ୟ ଅର୍ଥ ପରାମର୍ଶଦାତା ଡି.ଏନ.ସୋନ୍ଧୀ, ଟ୍ରାଫିକ ମ୍ୟାନେଜର ଜି.ଏଡିସନ ଏବଂ ବହୁ ପଦସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ପାରାଦୀପ ବନ୍ଦର ଏସସି ଓ ଏସଟି କର୍ମଚାରୀ କଲ୍ୟାଣ ସଙ୍ଘର କାର୍ଯ୍ୟକାରୀ ସଭାପତି ପରେଶ ମୁର୍ମୁ, ସମ୍ପାଦକ ଧୁନ ଚନ୍ଦ୍ର ତରାଇଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଡ଼ଃ. ଆମ୍ବେଦକରଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ l

Leave A Reply

Your email address will not be published.

15 − nine =