ଧାନ ମଞ୍ଜିଟାଏ ବି ନ କିଣି ମଣ୍ଡି ଉଦଘାଟନ ଆରମ୍ଭ

ଆରଏମସି ଦ୍ୱାରା ଜିଲ୍ଲା ଧାନ ମଣ୍ଡି ଉଦଘାଟିତ

ଚାଷୀ ମହଲରେ ଉଦବେଗ ପ୍ରକାଶ

ନବରଂଗପୁର : ନବରଂଗପୁର  ସଦର ମୂଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲା ଧାନ ମଣ୍ଡି ଉଦଘାଟନ ସମାରୋହ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ହୋଇଯାଇଛି। ମୂଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ କମଳଲୋଚନ ମିଶ୍ର ଉପସ୍ଥିତ ରହି ଜିଲ୍ଲା ମଣ୍ଡି କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ଏହି ଅବସରରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ। ବିଗତ ବର୍ଷ ୪୩୭୫୭ ଚାଷୀ ରେଜିଷ୍ଟ୍ରେସନ କରିଥିବା ବେଳେ ଚଳିତବର୍ଷ ୪୬୬୩୯ ଜଣ ଚାଷୀ ରେଜିଷ୍ଟ୍ରେସନ କରିଛନ୍ତି। ଯାହା ବିଗତ ବର୍ଷ ଠାରୁ ୨୮୮୨ ଜଣ ଅଧିକ ଅଛନ୍ତି। ବିଗତବର୍ଷ ୪୨୨୫୩ ଅପଡେଟ କରାଯାଇଥିଲା। ଚଳିତବର୍ଷ ୪୫୮୦୯ ଚାଷୀଙ୍କ ଅପଡେଟ କରିଛନ୍ତି। ଚାଷୀ ପାଖରୁ ଧାନ ଉଠେଇବା ପାଇଁ ଏବର୍ଷ ୬୦ଟି ସେଣ୍ଟର ମଧ୍ୟରୁ ୧୩ଟି ଲ୍ୟାମ୍ପସ,୨୫ଟି ମିଶନ ଶକ୍ତି ଗ୍ରୁପ ଏବଂ ୨ଟି ପାଣି ପଞ୍ଚାୟତ ଅଧିଗ୍ରହଣ କରିଛନ୍ତି। ଏଥରର ମୋଟ ଧାନ କିଣା ଟାର୍ଗେଟ ୨୩,୪୩,୮୫୦ କୁଇଣ୍ଟାଲ ରହିଛି। ଏବର୍ଷ  ସାଧାରଣ ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି  ୨୧୮୩ ଟଙ୍କା ରହିଛି ଏବଂ  ଧାନର ମୂଲ୍ୟ   କୁଇଣ୍ଟାଲ ପ୍ରତି ୨୨୦୩ ଟଙ୍କା ରହିଛି। ସମାରୋହର ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସଦାଶିବ ପ୍ରଧାନୀ ଉପସ୍ଥିତ ରହି ଚାଷୀଙ୍କୁ ସରକାରଙ୍କ ସୁବିଧାସୁଯୋଗ ପ୍ରଦାନ କରି  ପ୍ରଶାସନ ସହଯୋଗ କରିବାକୁ କହିଛନ୍ତି। ଚାଷୀ ନେତା ଝାଡେଶ୍ବର ଖାଡ଼ଙ୍ଗା ଜିଲ୍ଲାର ଚାଷୀଙ୍କ ପାଇଁ ଜିଲ୍ଲା ଖାଉଟି ବିଭାଗ ତରଫରୁ ଜାରୀ କରାଯାଇଥିବା ଫୋନ ନମ୍ବର ମାଧ୍ୟମରେ ସିଙ୍ଗଲ ଉଇଣ୍ଡୋ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ କହିଛନ୍ତି। ଏଥିସହ ଆରଏମସି ସଭାପତି ତଥା ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ। ଉପାଧ୍ୟକ୍ଷ  ଆରଏମସି,ସଞ୍ଜୟ ପାତ୍ର, ନବରଙ୍ଗପୁର ତହସିଲଦାର,ବିଡିଓ  ଡ ସୁନିଲ ଖରା,ମିଲେର ସଂଘ ସଭାପତି ପ୍ରଦିପ ମିଶ୍ର ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଥିଲେ। ତେବେ ଆଜିର ଶୁଭାରମ୍ଭ ଦିନ ବିଶେଷ କୌଣସି ଚାଷୀଙ୍କୁ ଡକାଯାଇ ନ ଥିଲା କି କୌଣସି ଚାଷୀଙ୍କଠାରୁ ଧାନ କିଣାଯାଇ ନ ଥିଲା। ଆରଏମସି କେବଳ ୧୦ ମିନିଟର କାର୍ଯ୍ୟକ୍ରମ ମାଧ୍ୟମରେ ଶୁଭାରମ୍ଭ କାର୍ଯ୍ୟକ୍ରମ ସାରି ଧାନ ମଣ୍ଡି ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଜିଲ୍ଲା ଭିତ୍ତିକ ଉଦଘାଟନ ସମାରୋହକୁ ଚାଷୀଙ୍କ ଅନୁପସ୍ଥିତ ରହିବା ଓ ଧାନ କିଣା ନ ଯିବାକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତବର୍ଷର ଧାନ କିଣାକୁ ନେଇ ପ୍ରଥମ ଦିନରୁ ମୁଣ୍ଡରେ ଚାଳ ବାଜିବା ଦେଖିବାକୁ ମିଳିଳାଣି। ଆଗାମୀ ଦିନରେ କିଭଳି ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇ ସହଯୋଗର ଆଶା କରାଯିବ ଏଇଠୁ ଜଣାପଡୁଛି। ଅତିଥି ଅଭ୍ୟାଗତଙ୍କ ଆଗମନରେ ଯେତିକି ନଡିଆ ଭଙ୍ଗା ଯାଇଥିଲା ସେହି ପରିମାଣରେ ଚାଷୀଙ୍କ ଉପସ୍ଥିତ ନ ଥିଲା। କର୍ମଚାରୀଙ୍କ ଛଡା ଦୁଇ ଚାରି ଜଣ ଚାଷୀଙ୍କ ଉପସ୍ଥିତ ରହିଥିଲା। ଆରଏମସି ଦ୍ୱାରା ଉଦଘାଟନୀ ସମାରୋହକୁ ପ୍ରହସନ କରିଥିବା ବେଳେ ଚାଷୀଙ୍କ ଚେୟାର ଖାଲି ପଡି ରହିଥିଲା। ଜିଲ୍ଲାପାଳ ଆରଏମସି ଦ୍ବାରା ସେଣ୍ଟର ପରିସରରେ ଲାଇଟ,ପିଇବା ପାଣି,ଜରି,ଧାନ ମପା ମେସିନ ସହ ଚାଷୀଙ୍କ  ପାଇଁ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.

11 − nine =