ଖୋର୍ଦ୍ଧା (ନି.ପ୍ର.): ଖୋର୍ଦ୍ଧା ଉପକାରାଗାର ଭିତରେ ବ୍ରାଉନସୁଗାର କାରବାର ନେଇ ଏକ ଭିଡ଼ିଓ କ୍ଲିପିଂ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଖୋରଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ସାନ୍ତନୁ କୁମାର ମହାନ୍ତି ଏବଂ ଖୋରଧା ଏସ.ଡ଼ି.ପି.ଓ ସୁଶିଲ କୁମାର ମିଶ୍ରଙ୍କ ମିଳିତ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଉପକାରାଗାର ଭିତରୁ ବିଡ଼ି, ଗୁଟଖା, ଖଇନି, ସିଗାରେଟ, ଦିଆସିଲ ଏବଂ ମୋବାଇଲ ଚାର୍ଜର ପ୍ରଭୃତି ଜବତ କରାଯାଇଥିବା ବେଳେ ଅନ୍ୟ କୌଣସି ସାମଗ୍ରୀ ମିଳି ନଥିଲା ଏ ସମ୍ପର୍କରେ ଉପକାରାଗାରର ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଭିଡ଼ିଓ କ୍ଲିଫିଂ ଟି ଖୋରଧା ଉପକାରାଗାର ନୁହେଁ ବୋଲି ପ୍ରକାଶ କହିଥିବା ବେଳେ ଆଜି ଖୋରଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଭିଡ଼ିଓ କ୍ଲିପିଂଟି ଖୋରଧା ଉପକାରାଗାର ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେବା ସହ ଏ ସମ୍ପର୍କରେ ଏକ ରିପୋର୍ଟ ଖୋରଧା ଜିଳ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ଏବଂ ଜିଲ୍ଲାପାଳଙ୍କଠାରୁ ନିର୍ଦେଶ ପାଇବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।