ଭବାନୀପାଟଣା : ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଦ୍ୱାରା ଦକ୍ଷତା ବୃଦ୍ଧି ନିମନ୍ତେ ‘ସ୍ୱକଳ୍ପ’ ପରାମର୍ଶ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଟ୍ରୁଭେଲି ଏବଂ ଆଲଟ୍ ସଂସ୍ଥାଙ୍କ ମାଧ୍ୟମରେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ପରମାନନ୍ଦପୁରଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶେଷ କରି ଯୁବକ ଯୁବତୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ କିପରି ସ୍ୱରୋଜଗାରକ୍ଷମ ସମ୍ବନ୍ଧରେ ପରାମର୍ଶ ଶିବିର ଦାପ୍ତା ସଂସ୍ଥାଙ୍କ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଦାପ୍ତା ସଂସ୍ଥାର ସଂପାଦକ ଆଦର୍ଶ ମିଶ୍ର ଶର୍ମା, କୋଷାଧ୍ୟକ୍ଷ ସରସ୍ୱତୀ ମିଶ୍ର, କାନାଡା ବ୍ୟାଙ୍କର କ୍ଷେତ୍ର କର୍ମଚାରୀ ଯଶୋବନ୍ତ ବାଗ ଏବଂ ବ୍ୟାଙ୍କ ଅଫ୍ ବରୋଦାର କ୍ଷେତ୍ର କର୍ମଚାରୀ ଧମ୍ରେନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଲାଡିୟମ୍ ସଂସ୍ଥାରୁ ଚାଲ୍ସ୍ କିଣ୍ଡୋ, ଆଲଟ୍ ସଂସ୍ଥାରୁ ସୁମନ ଦାସ, ସୁପ୍ରିୟା କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିବିରକୁ ଏଲଟ୍ ସଂସ୍ଥା ଏରିଆ କୋଡିନେଟର୍ ଦୁର୍ଗା ପ୍ରସାଦ ମିଶ୍ର ପରିଚାଳନା କରିଥିଲେ ।