୪୮ଟି ମେଣ୍ଢା ଓ ଛେଳିର ଛୁଆକୁ ଶିକାର କରିଛି ଅଜଣା ଜନ୍ତୁ

କାଲିମେଳା : ଅଜଣା ଜନ୍ତୁ ଖାଇଗଲା ଚାଳିଶିରୁ ଉର୍ଦ୍ଧ ଛେଳି ଓ ମେଣ୍ଢା ର ଛୁଆ l ଘଟଣାଟି ଘଟିଛି କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ଏମ.ଭି-୬୭ଗ୍ରାମରେ l ଘଟଣାଟି ଘଟିଛି ଗତ ରାତିରେ l ଗ୍ରାମର ସୁନୀଲ ହାଲଦାର ନାମକ ଜଣେ ଗରିବ ଛେଳି ଚାଷୀ ଦୀର୍ଘ ବର୍ଷ ଧରି ଛେଳି ମେଣ୍ଢା ଚାଷ କରି ପରିବାର ପୋଷଣ କରି ଆସୁଥିଲେ l ତାଙ୍କର କହିବା ଅନୁଯାୟୀ ଗତ ରାତିରେ ଅଜଣା ଜନ୍ତୁ ଆସି ତାଙ୍କର ଗୁହାଳରେ ପଶି ମେଣ୍ଢାର ଛୁଆ ଚାଳିଶିଟି ଏବଂ ଛେଳିର ଛୁଆ ୭ ଟି ଖାଇ ଦେଇଛି ଅଜଣା ଜନ୍ତୁl ଛୁଆ ଗୁଡିକ ୨ ମାସ ରୁ ୬ ମାସ ବୟସ ହେବ‌ ।ଏହି ଅଜଣା ଜନ୍ତୁ ଖାଲି ଏହି ଛେଳି ଓ ମେଣ୍ଢା ଛୁଆ ମାନଙ୍କର ବେକ ଏବଂ ଛାତି ଖାଇଥିବା ଦେଖିବାକୁ ମିଳିଛି l ସେହିପରି ଗ୍ରାମର ଅସିତ ବାରିକ ନାମଙ୍କ ବ୍ୟକ୍ତି ର ଗୋଟିଏ ଛେଳି ଛୁଆକୁ ଖାଇ ଦେଇଛି ସେହି ଅଜଣା ଜନ୍ତୁ l ସୁନୀଲ ଏହି ଛେଳି ଏବଂ ମେଣ୍ଢା ଚାଷ କରିବାକୁ ଗ୍ରାମର ଶେଷ ମୁଣ୍ଡରେ ଥିବା ନିଜ ଜମିରେ ଘର କରି ସେଠାରେ ଦୀର୍ଘ ବର୍ଷ ଧରି ଏହି ଚାଷ କରି ଆସୁଥିଲାl ଅଚାନକ ଏପରି କେଉଁ ଜନ୍ତୁ ଏତେ ଗୁଡିଏ ମେଣ୍ଢା ଛୁଆ ଓ ଛେଳି ଛୁଆକୁ ଗୁହାଳୁ ମା ପାଖରୁ ଛଡାଇ ନେଇ ଖାଇଲା ତାହା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l  ଛୁଆ ଗୁଡିକର କେଉଁଟାର ବେକ  ଖାଇଛି କେଉଁଟାକୁ  ପୁରା ଖାଇଛି ଗୋଡ଼ ଛାଡ଼ିଛି କେଉଁଟାକୁ ମାରି ପକାଇ ଯାଇଛି, କେଉଁଟାର ଛାତି ଖାଇଛି l   ଏହିପରି  ତାଙ୍କ ଘର ନିକଟରେ ଥିବା ଚାଷ ଜମିର ପ୍ରାୟ ଏକ ଏକର ଜମିରେ ଏହି ସବୁ ଖଣ୍ଡ ଖଣ୍ଡ ଅଂଶ ପଡି ରହିଛି। ଖବର ପାଇ ପ୍ରାଣୀ ଧନ ବି.ଭି.ଓ ଡାକ୍ତର ବିଜନ କୁମାର ମହଲ୍ଲିକ, ଡାକ୍ତର ଯଶବନ୍ତ କୁମୁଟି ଘଟଣା ସ୍ଥଳେ ପହଞ୍ଚି ସମସ୍ତ ଯାଞ୍ଚ କରିଥିଲେ l ଡାକ୍ତରଙ୍କ କହିବା ଅନୁଯାଇ ପ୍ରାଥମିକ ତଦନ୍ତରୁ ଜଣା ଯାଇଛି ଶିଆଳ ଗ୍ରୁପ ଏପରି ଖାଇଛନ୍ତି ସେମାନେ ଛୁଆଗୁଡିକୁ ଟେକି ନେଇ ଖାଇଛନ୍ତି l  ଏହା ଛେଳି ଓ ମେଣ୍ଢା ବ୍ୟବଚ୍ଛେଦ ପରେ  ସ୍ପଷ୍ଟ ଜଣା ପଡିବ l ତାଙ୍କର ତଦନ୍ତ ରୁ ଜଣା ଯାଇଛି ୧୦ଟି ମେଣ୍ଢା ଛୁଆ ୨ ଟି ଛେଳି ଛୁଆର ସନ୍ଧାନ କରାଯାଇଛି, ଚାଷୀ ଜଣଙ୍କ କହିବା କଥା ତାଙ୍କର ଚାଳିଶି ମେଣ୍ଢା ଛୁଆ ୭ ଟି ଛେଳି ଛୁଆ ଖାଇ ଦେଇଛି l ଏବେ ଚାଷୀ ଜଣଙ୍କ ପାଖରେ ଏକ ସହରୁ ଉର୍ଦ୍ଧ ମେଣ୍ଢା ଓ ଛେଳି ଅଛି l ଖବର ପାଇ ବନ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ଟଙ୍କ ଧର ଦାସ ଏବଂ କର୍ମଚାରୀମାନେ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରିଥିଲେ । ଏପରି କେଉଁ ଜନ୍ତୁ ଖାଇଛି ତାହା ଜାଣିବା ପାଇଁ ବନ ବିଭାଗ ସେ ଗ୍ରାମକୁ ଯାଇ ଆଜିଠାରୁ ପେଟ୍ରୋଲିଙ୍ଗ କରି ଚି଼ହ୍ନଟ କରିବ ବୋଲି ଅଧିକାରୀ ଶ୍ରୀ ଦାସ କହିଛନ୍ତି l ଖବର ପାଇ ସ୍ଥାନୀୟ ସରପଞ୍ଚ ମୁନ୍ନା ପଡିଆମୀ ଓ ସ୍ଥାନୀୟ କୋଇମେଟଲା ରାଜସ୍ୱ ନିରୀକ୍ଷକ ଶୁଶ୍ରୀ ପ୍ରତିଭାମୟୀ ଭୂମିୟା, ଅମିନ ମନମୋହନ ମାଝୀ ପହଞ୍ଚି ତଦନ୍ତ କରିଥିଲେ l ଅନ୍ୟ ପଟରେ ଏହିପରି ଘଟଣା ଦେଖିବାକୁ ଆଖ ପାଖ ଗ୍ରାମର ମହିଳା ପୁରୁଷ ପହଞ୍ଚିଥିଲେ l    ବର୍ତ୍ତମାନ ଚାଷୀମାନେ ନିଜ ନିଜ ଛୋଟ ଜାତୀୟ ପ୍ରାଣୀଗୁଡିକ ସୁରକ୍ଷିତ କରିବା ସହ ମଣିଷର ଛୋଟ  ଛୁଆକୁ ମଧ୍ୟ ସୁରକ୍ଷିତ ରଖିବା ଦରକାର କାରଣ ଏହି ଜନ୍ତୁ ବିଶେଷ କରି ଛୋଟ ଛୁଆଙ୍କ ଉପରେ ଆକ୍ରମଣ କରିଥାନ୍ତି, ଏମାନେ ଏକା ଥରେ ଗ୍ରୁପ ହୋଇ ଆକ୍ରମଣ କରିଥାନ୍ତି l ପ୍ରାଣୀଧନ ଡାକ୍ତରଙ୍କ ପକ୍ଷରୁ ସତର୍କତା ସୂଚନା ଦିଆ ଯାଇଛି l ଗରିବ ଚାଷୀ ୨ଟିକୁ  କ୍ଷତି ପୂରଣ ପାଇଁ ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି l

Leave A Reply

Your email address will not be published.

4 × three =