*ଦୀର୍ଘ ତିନି ଘଣ୍ଟା ପରେ ରାସ୍ତା ଅବରୋଧ ହଟିଲା
ଉମରକୋଟ : ନବରଙ୍ଗପୁର ଜିଲା ଉମରକୋଟ ସହର ୟୁନିୟନ ବ୍ୟାଙ୍କ ସମ୍ମୁଖରେ ପାଞ୍ଚଟି ବ୍ଲକର ଚାଷୀ ତଥା ଅନ୍ନଦାତା ଙ୍କ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ସରକାରଙ୍କ ପକ୍ଷରୁ ଗଭୀର ନଳକୂପ ଖନନ ପାଇଁ ଚାଷୀ ଅନଲାଇନରେ ଆବେଦନ କରି ୟୁନିୟନବ୍ୟାଙ୍କରେ କୋଡ଼ିଏ ହଜାର ଟଙ୍କା ଫିକ୍ସ୍ ଡିପୋଜିଟ କରିବା ପରେ ଜଣେ ଚାଷୀ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରୁଛନ୍ତି ହେଲେ, ଯୋଜନାର ଅବଧି ଶନିବାର ୧୬/୧୨/୨୩ ଶେଷ ତାରିଖ। ଉକ୍ତ ଯୋଜନାର ଅବଧି ଆସନ୍ତା କାଲି ସରିବାକୁ ଥିବାବେଳେ ଶତାଧିକ ଚାଷୀ ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି। ଅବଧିକୁ ଆହୁରି ଅଧିକ ଦିନ ବଢାଇବା ଦାବିକରି ବ୍ୟାଙ୍କ ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ ୪୦ ଯାହାକି ଉମରକୋଟ ଓ ରାଇଘରକୁ ସଂଯୋଗ କରୁଛି ଉକ୍ତ ରାସ୍ତାକୁ ଶତାଧିକ ଚାଷୀ ରାସ୍ତା ଅବରୋଧ କରି ଦାବି ପୂରଣ ପାଇଁ ଜିଦ ଧରି ବସିଥିଲେ।ରାସ୍ତା ଅବରୋଧକୁ ଦୃଷ୍ଟିରେ ରଖି ଉମରକୋଟ ଥାନା ଅଧିକାରୀ ଡମ୍ବୁରୁ ଧର ପ୍ରଧାନ ଓ ଏସ ଆଇ ସନ୍ତୋଷ ମାଝୀ,ପ୍ରକାଶ ଚନ୍ଦ୍ର ମାଝୀ ଚାଷୀଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଚାଷୀ ବୁଝିନଥିଲେ।ଚାଷୀଙ୍କୁ ବୁଝାଇବାକୁ ଘଟଣା ସ୍ଥଳରେ ଉଠା ଜଳ ସେଚନ ପ୍ରକଳ୍ପର ଉପଦେଷ୍ଟା ପ୍ରମୋଦ ପାଢ଼ୀ ଆସି ଚାଷୀ ଙ୍କୁ ବୁଝାଇବା ସହ ଯେଉଁ ଚାଷୀ ମାନେ ୧୬/୧୨/୨୩ ତାରିଖ ସୁଦ୍ଧା ଅନଲାଇନ ଆବେଦନ କରିଛନ୍ତି ସେମାନଙ୍କ ଆବେଦନକୁ ଖାରଜ ନକରାଯାଇ ୨୨/୧୨/୨୩ ପର୍ଯ୍ୟନ୍ତ ୟୁନିୟନ ବ୍ୟାଙ୍କ ଗ୍ରହଣ କରିବ ଏବଂ ଆବେଦନ କରିଥିବା ସମସ୍ତ ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଆନ୍ଦୋଳନକାରୀଙ୍କୁ ପ୍ରମୋଦ କୁମାର ପାଢ଼ୀ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଦୀର୍ଘ ତିନି ଘଣ୍ଟା ପରେ ରାସ୍ତାରୋକରୁ ଆନ୍ଦୋଳନ କାରୀ ମାନେ ହଟିଥିଲେ ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା ଆନ୍ଦୋଳନ ସ୍ଥଳରେ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ କ୍ରୀଡା ସଂଯୋଜକ ସଲିମ ରାଠୋର, କାଉଁସିଲର ମନୋଜ ନାୟକ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝେଇବାରେ ସହଯୋଗ କରିଥିଲେ l