ମାଲ୍ୟବନ୍ତର ୨ୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ  ଆସାମର ବିହୁ, ବାଲିମେଲାରୁ ଓଡ଼ିଶୀ ନୃତ୍ୟ, ଗଞ୍ଜାମରୁ ରଣପା ନୃତ୍ୟ ଏବଂ ମାଲକାନଗିରିରୁ ବୃନ୍ଦା ନୃତ୍ୟ ଭଳି ପ୍ରଦର୍ଶନ ଅତି ଆଡ଼ମ୍ବରରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ SWR ଡିଆଇଜି ଚରଣ ସିଂ ମୀନା ମୁଖ୍ୟ ଅତିଥି ତଥା କଲେକ୍ଟର ନବରଙ୍ଗପୁର ଡ଼ଃ କମଲ ଲୋଚନ ମିଶ୍ର ଏବଂ କଲେକ୍ଟର କୋରାପୁଟ ଅବଦୁଲ ଏମ ଅଖତର ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ମାଲକାନଗିରି ଡଃ ବିଶାଳ ସିଂ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଏସ୍ପି ନୀତେଶ ୱଦବାନି ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ ଅତିଥି ବୃନ୍ଦଙ୍କୁ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସମ୍ମାନିତ କରାଯାଇଥିଲା। ପରେ  ଗୋଟିପୁଆ ନୃତ୍ୟ, ମାଥିଲିର ଦୁରୁଆ ନୃତ୍ୟ, ମାଲକାନଗିରି ଢେମସା ସମେତ ବିଭିନ୍ନ ପ୍ରତିଯୋଗିତାରେ ଉତ୍କୃଷ୍ଟ ବ୍ୟକ୍ତି ତଥା ଟ୍ରୁପ ମାନଙ୍କୁ ପୁରସ୍କାର ଏବଂ ମାନପତ୍ର ବଣ୍ଟନ ମୁଖ୍ୟ ଅତିଥି ମାନଙ୍କର କର କମଳରେ ପ୍ରଦାନ କରାଯାଇ ଥିଲା। ଜିଲ୍ଲା ତଥା ଅନ୍ୟାନ୍ୟ ସମୃଦ୍ଧ ଆଦିବାସୀ କଳା ଏବଂ ସଂସ୍କୃତିର ସଂରକ୍ଷଣ କାର୍ଯ୍ୟକ୍ରମ ଗୁଡ଼ିକ ସଫଳତାର ସହିତ ସମ୍ପ୍ରଦାୟକୁ ଏକତ୍ରିତ କଲା ଏବଂ ମାଲକାନଗିରିର ସାଂସ୍କୃତିକ କଳାକାରଙ୍କକୁ ପରିଭାଷିତ କରୁଥିବା ପରମ୍ପରାକୁ ବଜାୟ ରହିଥିଲା। |

Leave A Reply

Your email address will not be published.

15 − 12 =