ପୁସ୍ତକ ମାନସିକ ଦୃଢ଼ତା ଆଣେ, ଝୁମିଲା ପୁସ୍ତକ ମେଳାର ୪ର୍ଥ ସନ୍ଧ୍ୟା

ବ୍ୟାସନଗର  : ଓଡିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଯାଜପୁର ଜିଲ୍ଲା ପ୍ରଶାସନ ଓ କଳିଙ୍ଗନଗର ପୁସ୍ତକ ମେଳା କମିଟିର ମିଳିତ ଆନୁକୂଲ୍ୟରେ ଅଷ୍ଟମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା l ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା କଳିଙ୍ଗନଗର ପୁସ୍ତକ ମେଳା କମିଟିର ଅଧ୍ୟକ୍ଷ ନବକୃଷ୍ଣ ଜେନା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ ଏବଂ ପୁସ୍ତକ ପଠନ ଦ୍ୱାରା ଚରିତ୍ର ମାର୍ଜିତ ହୁଏ ଓ ମାନସିକ ଦୃଢ଼ତା ଆସେ ବୋଲି ଶ୍ରୀ ଜେନା କହିଥିଲେ l ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟ ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟକ୍ଷ ଡା ଗଙ୍ଗାଧର ନାୟକ କହିଲେ ଯେ ପୁସ୍ତକ ମଣିଷକୁ ଶୃଙ୍ଖଳିତ କରିଥାଏ l ଏଥିରେ ଦାନଗଦୀ ବ୍ଲକ ବି.ଡ଼ି.ଓ ସାରଦା ପ୍ରସନ୍ନ ପଣ୍ଡା ଯୋଗଦେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଏବଂ ଏହା ବ୍ୟକ୍ତିର ସୃଜନଶୀଳତା ବୃଦ୍ଧିରେ ସହାୟତା ହୋଇଥାଏ ବୋଲି କହିଥିଲେ l ସମ୍ପାଦକ ଡ କୁଶଚନ୍ଦ୍ର ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ  ଓ ବୀରକିଶୋର ସାହୁ ମଞ୍ଚ ନିମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ପୁସ୍ତକ ମେଳା କମିଟିର ଉପ ସଭାପତି ପ୍ରାଧ୍ୟାପକ ଡ଼ ଅକ୍ଷୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଭାରେ ବରିଷ୍ଠ ଉପଦେଷ୍ଟା ସାମ୍ବାଦିକ ଅଭିମନ୍ୟୁ ମିଶ୍ର, କାର୍ଯ୍ୟକରି ସଭାପତି ବିବେକାନନ୍ଦ ମହାନ୍ତି, ପବିତ୍ର ମହାନ୍ତି, ଅଶ୍ୱିନୀ କୁମାର ଦାସ, ମଧୁସୂଦନ ମହାପାତ୍ର,  ପ୍ରଦ୍ୟୁମ୍ନ କୁମାର ବୋଇତାଇ, ହୃଷିକେଶ ସାହୁ, ଚନ୍ଦ୍ରମଣି ସାମଲ, ଅକ୍ଷୟ କୁମାର ଦେଓ ଓ ଅଶୋକ ଖୋଲାର ପ୍ରମୁଖ ଯୋଗଦେଇଥିଲେ l ଶେଷରେ ନେମ ଏଣ୍ଡ ଫ୍ରେମ ପବ୍ଲିକ ସ୍କୁଲ ଓ ସ୍ଟେପ ଏଣ୍ଡ ଷ୍ଟାଇଲର ଛାତ୍ର ଛାତ୍ରୀମାନେ ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ ପରିବେଷଣ କରିଥଲେ l

Leave A Reply

Your email address will not be published.

one + nine =