ନବରଂଗପୁର : ନବରଂଗପୁର ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଶିରସି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଲଛାପର ଗାଁର ତିନି ସାହି ବାସିନ୍ଦାଙ୍କୁ ପିଇବା ପାଣି ପାଇବାରୁ ବଞ୍ଚିତ ହେବା ଯୋଗୁଁ ଗାଁର ମହିଳା ମାନେ ଅଭିଯୋଗ ଆଣିଛନ୍ତି। ବିଡିଓ ଦୂର୍ଯୋଧନ ଭୋଇଙ୍କ ନିକଟରେ ପହଞ୍ଚି ଦୈନନ୍ଦିନ ପାଣି ପାଇଁ ଭୋଗୁଥିବା ସମସ୍ୟା ବିଷୟରେ କହିଥିଲେ। ରାଜ୍ୟ ସରକାରଙ୍କ ମେଗା ଜଳ ପ୍ରକଳ୍ପ ଯୋଜନା ପହଞ୍ଚି ପାରି ନ ଥିବା ଅଭିଯୋଗ ବାଢିଛନ୍ତି। ଶିରସିର କୁକୁଡାଗଡିଆ ସାହି,ପିପଲଗଛିଆ ସାହି ଓ କାମତାକରିଆ ସାହିରେ ରହୁଥିବା ୬୦ ପରିବାରକୁ ପିଇବା ପାଣି ପାଇଁ ନାହିଁ ନ ଥିବା ସମସ୍ୟା ଭୋଗିବାକୁ ପଡୁଛି। ପାଇପ ଖଣ୍ଡିଏ ଅଛି ଯେ,ସବୁବେଳେ ବ୍ୟବହାର ଯୋଗୁଁ ବାରମ୍ବାର ଖରାପ ହେଉଛି। ଗୋଟିଏ ପାଇପ ଉପରେ ଭରଷାରେ ମହିଳା ମାନଙ୍କ ମଧ୍ୟରେ ବେଳେବେଳେ ତୁତୁ ମେମେ ହେବାକୁ ପଡୁଛି। ସ୍ବଚ୍ଛ ଜଳ ପାଇବାରୁ ସରକାରଙ୍କ ଅଭିଯାନରେ ଯେଭଳି କୌଣସି ଗାଁ ବିଚ୍ୟୁତ ନ ହୁଏ, ସେଥିପାଇଁ ମେଗା ଜଳ ପ୍ରକଳ୍ପ ଯୋଜନା କରିଛନ୍ତି। ହେଲେ ଅପହଞ୍ଚ ଗାଁରେ ବର୍ତ୍ତମାନସୁଦ୍ଧା ମେଗା ଜଳ ପ୍ରକଳ୍ପ ନ ପହଞ୍ଚିବା କ୍ଷୋଭର ବିଷୟ। ବିଡିଓ ଶ୍ରୀ ଭୋଇ ମହିଳାମାନଙ୍କ ଅଭିଯୋଗକୁ ନେଇଁ ଆସନ୍ତାକାଲି ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି ଏବଂ ତଦନ୍ତ କରି ମେଗା ପ୍ରକଳ୍ପ ଗାଁରେ ପହଞ୍ଚାଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ଗାଁର ଇନ୍ଦ୍ରା ଭତ୍ରା,ଲତା ଭତ୍ରା,ଯେମା ଭତ୍ରା,ଫୁଲ ଭତ୍ରା,ଫୁଲମା ଭତ୍ରା,କମଳା ଭତ୍ରା ପ୍ରମୂଖ ବ୍ଲକ କାର୍ଯ୍ୟାଳୟରେ ଆସି ଅଭିଯୋଗ ଜଣାଇଥିଲେ।