ଜଙ୍ଗଲର ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା : ବାନାଗ୍ନୀ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବନାଗ୍ନୀ ରୋକିବାକୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବାଲିଗୁଡା ବନ ବିଭାଗ, ବାଲିଗୁଡ଼ା ଡିଏଫ୍ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ବନଖଣ୍ଡର ବନାଞ୍ଚଳ ଅଧିକାରୀ  ଅତୁଲ୍ୟ କୁମାର ମହାନ୍ତି, ବନପାଳ ପ୍ରଭାତ କୁମାର ଦୋରା, ବନରକ୍ଷୀ ସତ୍ୟ ନାରାୟଣ ମହାନ୍ତି ଓ ପାର୍ବତୀ ମଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଡ଼ିମlହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଦେକେତାରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହେବା ସହିତ ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷରୁ ନିବୃତ ରହିବା, ବେଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଆଡ଼ିମlହା ସରପଞ୍ଚ ଶାନ୍ତି ମଲିକ ଯୋଗଦେଇ ଥିଲେ l ଜଙ୍ଗଲକୁ କିଭଳି ନିଆଁ ଦାଉରୁ ରକ୍ଷାକରି  ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ l କାର୍ଯ୍ୟକ୍ରମରେ ଫାୟାର ସ୍କାର୍ଡ ଟିମ ସହଯୋଗ କରିଥିଲେ l ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାରମାନେ  ଗୀତ ନୃତ୍ୟ ନିଖୁଣ ଅଭିନୟ ମାଧ୍ୟମରେ ବୃକ୍ଷ ଜଙ୍ଗଲ ନିଆଁ ପୋଡୁଚାଷ ବନ୍ୟପ୍ରାଣୀ ସୁରକ୍ଷା ଭଳି ବିଭିନ୍ନ ସଚେତନତା ସୃଷ୍ଟି କରିଥିଲେ l ବାଦ୍ୟ ଯନ୍ତ୍ରରେ ବିଜୟ ଆମୟତ ପୁରସ୍ତମ ନାୟକ ଓ ସଙ୍ଗୀତରେ ଅଶୋକ ଦଣ୍ଡସେନା ପରିଚାଳନା କରିଥିବା ବେଳେ ବିଭିନ୍ନ ଭୂମିକାରେ ବୁନା,  ଗାୟତ୍ରୀ, ବିକାଶ  ଅକ୍ଷୟ, ପ୍ରମୁଖ ଅଭିନୟ କରିଥିଲେ l ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଶାନ୍ତ, ଜଗନ୍ନାଥ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l 

Leave A Reply

Your email address will not be published.

twelve + 10 =