ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ

ଗଜପତି : ବନ ପାହାଡ ପର୍ବତର ଶାନ୍ତ ସବୁଜିମା ଭିତରେ ପ୍ରବାହିତ ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ । ଚିର ଶ୍ରୋତ କୁଳୁ କୁଳୁ ନାଦରେ ପ୍ରବାହିତ ହେଉଅଛି ଜଳରାଶି । ପର୍ଯ୍ୟଟକଙ୍କୁ ବେଶ ବିମୋହିତ କରିଚାଲିଥିବାରୁ ଆଜି ଏହା ରାଜ୍ୟ ତଥା ରାଜ୍ୟବାହାରର ଲୋକଙ୍କୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ବେଶ୍ ଖ୍ୟାତି ଲାଭ କରିଛି । ପରିବେଶ ସାଙ୍ଗକୁ ଉଚ୍ଚତମ ପଥର ଉପରୁ ଚିର ଶ୍ରୋତା ଭାବେ ପ୍ରବାହିତ ହେଉଅଛି । ଜଳର ଉତ୍ସ ଚିରାଚରିତ ଭାବେ ବର୍ଷ ସାରା ଝରୁଥିବା ହେତୁ ପର୍ଯ୍ୟଟକମାନଙ୍କର ଆଗମନ ବର୍ଷ ସାରା ଜାରି ରହିଥାଏ । ଏହି ଜଳପ୍ରପାତଟି ପାହାଡ, ପର୍ବତ, ବଣଜଙ୍ଗଲ ଘେରା ପରିବେଶ ଭିତରେ ମନରୋମ ସୌନ୍ଦର୍ଯ୍ୟ ସୃଷ୍ଟି କରେ । ଏହି ଜଳପ୍ରପାତକୁ ଘେରି ଅନେକ ଗୁଡିଏ ଉଦ୍ଭିଦ ଘେରି ରହିଅଛି । ସମୟ ଥିଲା ଜଳପ୍ରପାତ ଅଞ୍ଚଳରେ ବହୁତ ହାତୀ ବାସ କରୁଥିଲେ । ଯାହାକୁ ଗଣ୍ଡା ଗଣ୍ଡା ହାତୀ ରହୁଥିବା ଯୋଗୁଁ କୁହାଯାଉଥିଲା ଯେ ଗଣ୍ଡାହାତୀ । ଏହି ନାମରୁ ନାମିତ ହୋଇଛି ଗଣ୍ଡାହାତୀ ଜଳପ୍ରପାତ । କାଳ କ୍ରମେ ଜଳବାୟୁ ଏବଂ ପାଣିପାଗର ପରିବର୍ତ୍ତନରେ ଆଉ ହାତୀମାନେ ନାହାନ୍ତି । ବର୍ଷ ତମାମ ଏହି ସୌନ୍ଦର୍ଯ୍ୟଭରା ପ୍ରାକୃତିକ ଦୃଶ୍ୟ ଦେଖିବାକୁ ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟୁଛି । ବିଶେଷ କରି ପିକ୍ ନିକ୍ ସିଜନରେ ପ୍ରବଳ ଭିଜ ଲାଗିଥାଏ । ଦଳ ଦଳ ହୋଇ କିମ୍ବା ପରିବାରର ସଦସ୍ୟମାନଙ୍କୁ ନେଇ ଲୋକେ ଆସିଥାନ୍ତି ଏହି ସ୍ଥାନକୁ । ଏହି ପର୍ଯ୍ୟଟନ ସ୍ଥାନର ବିକାଶ ଲାଗି ରାଜ୍ୟ ସରକାର କିଛି କିଛି ଉନ୍ନତିକରଣ କରିଛନ୍ତି । ହେଲେ କେତେକ ଆନୁସାଙ୍ଗିକ ବ୍ୟବସ୍ଥା ଯଥା ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା, ରହଣୀ ସ୍ଥଳ ଆଦି ନାହିଁ । ଯଦି ସରକାରଙ୍କ ପକ୍ଷରୁ ଆନୁସାଙ୍ଗିକ ବ୍ୟବସ୍ଥା ଉପଲବ୍ଧ  କରାଯାଇପାରିଲେ ଆହୁରି ପର୍ଯ୍ୟଟକଙ୍କ ସୁଅ ଛୁଟି ଥାନ୍ତା ଏବଂ ରାଜସ୍ଵ ବୃଦ୍ଧିରେ ସହାୟକ ହୋଇପାରନ୍ତା । ଏଠାକୁ ନିଶ୍ଚିତ ଆସନ୍ତୁ ପ୍ରକୃତି ଭରା ସୌନ୍ଦର୍ଯ୍ୟର ଉପଭୋଗ କରନ୍ତୁ କିନ୍ତୁ ଏଠାକୁ ପ୍ଲାଷ୍ଟିକ, ପଲିଥିନ ଆଦି ଆଣନ୍ତୁ ନାହିଁ । ବିଶେଷ କରି ମଦ ପିଇବା କିମ୍ବା ମଦ ଧରି ଆସନ୍ତୁ ନାହିଁ ବୋଲି ଗଜପତି ଜିଲ୍ଲା ପ୍ରଶାସନ ଏବଂ ଗଜପତି ପୋଲିସ ଦ୍ୱାରା ବାରଣ ହୋଇଛି ।

Leave A Reply

Your email address will not be published.

four × five =