ଦିନ ଦି ପ୍ରହରରେ ଅଜଣା ଜନ୍ତୁର ଶିକାରରେ ୨ ଛେଳି ମୃତ

କାଲିମେଳା : କିଛି ଦିନ ନିରବ ପରେ ପୁଣି ଅଜଣା ଜନ୍ତୁର ଭୟ ସୃଷ୍ଟି କରିଛି ଅଞ୍ଚଳବାସୀଙ୍କୁ l  ଦିନ ଦ୍ୱିପ୍ରହରରେ ଶିକାର କରି  ୨ ଛେଳିର ଜୀବନନେଲା ଅଜଣା ଜନ୍ତୁ l  ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଅନ୍ତର୍ଗତ କୋଇମେଟଲା ଗ୍ରାମ ପଞ୍ଚାୟତ ସଦର ଗ୍ରାମରେ l  କିଛିଦିନ ପୂର୍ବେ ଅଞ୍ଚଳରେ ଗାଈ ଗୋରୁ, ଛେଳି ,ମେଣ୍ଢା ମାନଙ୍କୁ ମଧ୍ୟ  ରାତିରେ ଆକ୍ରମଣ କରି ଶିକାର କରି ଆସୁଥିବା ବେଳେ,ଏବେ ଦିନ ଦୁଇ ପ୍ରହରରେ ଶିକାର କରିବା ଆରମ୍ଭ କରିଛି ଅଜଣା ଜନ୍ତୁ l ଯାହା  ଫଳରେ କି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି l କୋଇମେଟଲା ଗ୍ରାମର  କୋଡିଏ ବର୍ଷୀୟ ଶଙ୍କର ମାଡ଼କାମୀ ଏବଂ ଦଶ ବର୍ଷର ଭଉଣୀ, ଦୁଇ ଭାଇ ଭଉଣୀ ଛେଳି ଚରାଇବାକୁ ନେଇଥିଲା ବେଳେ,ଜମି ନିକଟରେ ଥିବା ବୁଦାଳିଆ ସ୍ଥାନରୁ ଅଜଣା ଜନ୍ତୁ ବାହାରି ୨ଟି ବଡ ଛେଲିକୁ ଆକ୍ରମଣ କରିଥିଲା ବେଳେ, ଗୋଟିଏ ଛେଳିକୁ ଆକ୍ରମଣ କରି ପେଟକୁ ଚିରି କ୍ଷତାକ୍ତ କରି ଦେଇଥିବା ଦେଖିବାକୁ ମିଳିଛି।  ଗ୍ରାମବାସୀ ଙ୍କ ପକ୍ଷରୁ ବନ ବିଭାଗକୁ ଖବର ଦେବାରୁ ଖବର ପାଇ ବିଭାଗ ପକ୍ଷରୁ ଫରେଷ୍ଟର ମୃତ୍ୟୁଞ୍ଜୟ ସେଠୀ ଏବଂ ତାଙ୍କ ସହ ଅନ୍ୟ କର୍ମଚାରିମାନେ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରି ମୃତ ଛେଳି ମାନଙ୍କୁ ଉଦ୍ଧାର କରିଥିଲେ । ପରେ ବ୍ୟବଚ୍ଛେଦ ପାଇଁ କାଲିମେଳା ପ୍ରାଣୀଧନ କାର୍ଯ୍ୟାଳୟକୁ ପଠାଇଥିବା ଜଣାଯାଇଛି  l ଘଟଣାରୁ ଜଣା ଯାଇଛି ଦୁଇ ଭାଇ ଭଉଣୀମାନେ ନିଜର ଏବଂ ପଡୋଶୀମାନଙ୍କ ମିଶି ୪୦ଟି ଛେଳି ଧରି ଚରାଇବାକୁ ଯାଇଥିଲେ l ଦିନ ଦୁଇ ଟାରେ ଅଜଣା ଜନ୍ତୁ ଶିକାର କରିଥିଲା l ସେହି ସମୟରେ ଅନ୍ୟ ଛେଳିମାନେ ଚିତ୍କାର କରିଥିଲେ l ଏହା ସହ ଏମାନେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଅଜଣା ଜନ୍ତୁ ଛେଳିମାନଙ୍କୁ ଛାଡି ଜଙ୍ଗଲକୁ ଚାଲି ଯାଇଥିଲେ l ପରେ ଗ୍ରାମ ବାସୀ ପହଞ୍ଚି ଥିଲେ l  ଏବେ ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି, ଛେଳି ଗାଈ ଗୋରୁ କିପରି ଏବଂ କେଉଁଠି ଚରାଇବାଜୁ ନେବେ ଗରିବ ଚାଷୀମାନେ ଏହାକୁ ନେଇ  ଚିନ୍ତାରେ  l ବନ ଅଧିକାରୀ ଟଙ୍କଧର ଦାସ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆଜି ସେ ଛୁଟି ନେଇଛନ୍ତି l ତାଙ୍କ ସ୍ଥାନରେ ଫରେଷ୍ଟର ଶ୍ରୀ ସେଠୀ ଅଛନ୍ତି ,ସେ ଟିମଙ୍କୁ ଧରି  ପେଟ୍ରୋଲିଙ୍ଗ ଜାରି ରଖିଛନ୍ତି l ଖୁବ ଶୀଘ୍ର ଜଣା ପଡିବ କେଉଁ ଜନ୍ତୁ ଏପରି କରୁଛି l ଅଜଣା ଜନ୍ତୁ  କ୍ଷତି ଘଟିଥିବା ଚାଷୀମାନଙ୍କୁ ସେମାନଙ୍କର କ୍ଷତି ପୂରଣ ଦିଆଯିବାର ବ୍ୟବସ୍ଥା  କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି l ଶିକାରରେ ମୃତ୍ୟୁ ହୋଇଥିବା ଛେଳିର ମାଲିକ କୋଇମେଟଲା ଗ୍ରାମର‌ ଗଙ୍ଗା ମାଡକାମୀ  ବୋଲି ଜଣାଯାଇଛି l

Leave A Reply

Your email address will not be published.

9 − nine =