କଲିକତାର ‘ଟଚ ଅଫ ହେଭେନ’ ପକ୍ଷରୁ ପାରାଦୀପ ବେଳାଭୂମିରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

ପାରାଦୀପ : ବେଳାଭୂମି ସ୍ୱଛତା ଓ ପ୍ଲାଷ୍ଟିକ ମୁକ୍ତ ସଚେତନତା ଧର୍ମୀ କଲିକତାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ‘ଟଚ ଅଫ ହେଭେନ’ ର ଏକ ୨୩ ଜଣିଆ ଟିମ ମଙ୍ଗଳବାର ଦିନ ପାରାଦୀପରେ ପହଞ୍ଚିଛନ୍ତି l ସେମାନେ ଚଳିତ ଜାନୁଆରୀ ୨୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ପାରାଦୀପରୁ କୋଣାର୍କ ପର୍ଯ୍ୟନ୍ତ ବେଳାଭୂମିରେ କଲିକତାର ‘ଟଚ ଅଫ ହେଭେନ’ ପକ୍ଷରୁ ପାରାଦୀପ ବେଳାଭୂମିରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପ୍ଲାଷ୍ଟିକ ମୁକ୍ତ ସ୍ୱଛତା କାର୍ଯ୍ୟକ୍ରମ କରିବେ l ତିର୍ତ୍ତୋଲର ସଂକଳ୍ପ ସ୍ବେଛାସେବୀ ସଂଗଠନର ପ୍ରତିଷ୍ଠାତା ପ୍ରକୃତିବନ୍ଧୁ ପ୍ରଦୀମ୍ନ ରଥଙ୍କ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l କଲିକତାର ଏହି ସଂଗଠନର ସଭାପତି ଶ୍ୟାମଳ ସରକାରଙ୍କ ତତ୍ୱାବଧାନରେ ଓ ୟାଶାଙ୍କ ମିଦ୍ୟାଙ୍କ ନେତୃତ୍ୱରେ ସଂଗ୍ରାମୀ ସାମନ୍ତ, ଅମୀୟ ମିତ୍ର, ନୀଳାଦ୍ରି ନାସ୍କରଙ୍କ ସମେତ ୨୩ ଜଣ ସଦସ୍ୟ ଓ ସଦସ୍ୟା ଏହି ବେଳାଭୂମି ସ୍ୱଛତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ତେବେ ପାରାଦୀପ ବେଳାଭୂମିରେ ସ୍ୱଛତା କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ପାଇଁ ଆସିଥିବା କଲିକତାର ଏହି ସଂଗଠନ ଓ ସମସ୍ତ ସଦସ୍ୟ ମାନଙ୍କୁ ବ୍ୟାସ ଫାଉଣ୍ଡେସନର ସଭାନେତ୍ରୀ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଏବଂ ପାରାଦୀପ ନାଗରିକ ମଞ୍ଚର ଶାରଦା ପ୍ରସନ୍ନ ବେହେରା ସ୍ୱାଗତ କରିଥିଲେ l

Leave A Reply

Your email address will not be published.

5 × 3 =