ଚମ୍ପୁଆ : ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କମିଟି ଆହ୍ୱାନ କ୍ରମେ ଧାନମଣ୍ଡି ଚାଲ ଅଭିଯାନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି ଜେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ର କରଂଜିଆ ସମେତ ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଥିଲେ। ଧାନମଣ୍ଡି ପରିଦର୍ଶନ ସମୟରେ ଧାନମଣ୍ଡି ମାନଙ୍କରେ ମିଲର ମାନଙ୍କର ମନମାନି ଓ ଦାଦାଗିରି ଚାଲିଥିବାର ଚାଷୀ ମାନେ ଅଭିଯୋଗ କରିଥିଲେ। ଧାନ କୁଇଣ୍ଟାଲ ପ୍ରତି ୫ କିଲୋ ରୁ ୭ କିଲୋ କଟନି ଛଟନି କରୁଥିବା ଓ ଚାଷୀ ମାନଙ୍କୁ ବସ୍ତା ଦିଆଯାଉନଥିବା ଚାଷୀମାନେ ବିଜେପି ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ। ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି। ଦେଶର ସମସ୍ତ ରାଜ୍ୟର ଚାଷୀମାନେ ଏହି କୃଷକ କଲ୍ୟାଣକାରୀ ଯୋଜନାରେ ଉପକୃତ ହେଉଥିବା ବେଳେ ଓଡିଶାର ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି। ଧାନମଣ୍ଡି ର ବିକାଶ ଓ ଉନ୍ନତି ପାଇଁ ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ କେନ୍ଦୁଝର ଜିଲ୍ଲାର ଧାନମଣ୍ଡି ସବୁ ଖୋଲା ମଇଦାନରେ ଚାଲିଛି। ଧାନମଣ୍ଡି ମାନଙ୍କରେ ଧାନକୁ ସୁରକ୍ଷିତ ରଖିବା ପାଇଁ ନା ଅଛି ଗୋଦାମ ଘର, ଚାଷୀ ମାନେ ବିଶ୍ରାମ ନେବାପାଇଁ ନା ଅଛି ବିଶ୍ରାମ ଘର, ଶୌଚ ହେବା ପାଇଁ ନା ଅଛି ଶୌଚାଳୟ, ନା ଅଛି ପାଚେରୀ – ନାହିଁ ନାହିଁ ରେ କେନ୍ଦୁଝର ଜିଲ୍ଲା ଧାନମଣ୍ଡି। କେନ୍ଦୁଝର ଜିଲ୍ଲାରେ ଧାନ କଟନି ଛଟନି ବଂଦ କରିବା ସହିତ ମିଲର ମାନଙ୍କର ଦାଦାଗିରି ବଂଦ କରାଯିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହେଶ୍ଵର ସାହୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଚରମବାଣୀ ଶୁଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା କେନ୍ଦୁଝର ଜିଲ୍ଲା ଉପସଭାପତି ଶ୍ରୀ ବିଶ୍ୱନାଥ ନନ୍ଦ, କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ଶ୍ରୀ ବଳଭଦ୍ର ବେହେରା, ଯୁବରାଜ ମହାନ୍ତ, ସୁଶାନ୍ତ କୁମାର ଚୈଧୁରୀ, ଟଙ୍କଧର ମହାନ୍ତ, ଗୁରୁଚରଣ ମହାନ୍ତ, ସରୋଜ କୁମାର ଚୌଧୁରୀ, ପ୍ରଦୀପ କୁମାର ମହାନ୍ତ, ନବୀନ ମହାନ୍ତ, ଡମ୍ବରୁ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ନେତୃବୃନ୍ଦ ଓ କାର୍ଯ୍ୟକତା ଯୋଗଦାନ କରିଥିଲେ ।