ଶ୍ୟାମାପ୍ରସାଦ ମହାବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ

କାଲିମେଳା : କାଲିମେଳା ବ୍ଲକ ଅନ୍ତର୍ଗତ ମାଓବାଦୀ ପ୍ରବଣ ଏମ.ଭି-୭୯ ଶ୍ୟାମାପ୍ରସାଦ ମହାବିଦ୍ୟାଳୟ ଠାରେ  ଗତ କିଛି ଦିନ ଧରି ଆରମ୍ଭ ହୋଇଥିବା ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ର ” ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ‘ କାର୍ଯ୍ୟକ୍ରମର ଉଦଯାପନି ଉତ୍ସବ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ କୁମାର ପାଢୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ଯୋଗଦେଇ ଓଡିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି ତଥା ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ କହିଥିଲେ ଯେ, ଜଗନ୍ନାଥ ସଂସ୍କୃତି ହିଁ ଓଡିଆ ଭାଷା ସାହିତ୍ୟର ଭିତ୍ତିଭୂମି । ସମ୍ମାନିତ ଅତିଥି ଭାବରେ ମାଲକାନଗିରି ମହାବିଦ୍ୟାଳୟର ଅର୍ଥନିତୀ ବିଭାଗ  ଅଧ୍ୟାପକ ତଥା ଜିଲ୍ଲା ନୋଡାଲ୍ ଅଧିକାରୀ ଡକ୍ଟର ରଂଜନ କୁମାର ସ୍ୱାଇଁ ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପରିତୋଷ ସରକାର , ଦୀପଙ୍କର ଦତ୍ତ ଓ ନୋଡାଲ ଅଫିସର ଭାବେ ଡକ୍ଟର ମେଘନାଦ ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉପାଦେୟ କଥା କହିଥିଲେ। ଏହା ବ୍ୟତିତ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Leave A Reply

Your email address will not be published.

4 × four =