ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା – ୨୦୨୪

  • ପବିତ୍ର ତୀର୍ଥସ୍ଥାନ ଗୟା ଓ ବାରାଣସୀକୁ ଯାତ୍ରା କଲେ କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ବରିଷ୍ଠ ନାଗରିକ

ଭବାନୀପାଟଣା : ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରୁ କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ୬ ଟି ବସ୍ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି। ତୀର୍ଥଯାତ୍ରୀ ମାନେ ରାୟଗଡ଼ାରୁ ରେଳ ଯୋଗେ ଦେଶର ଦୁଇ ପବିତ୍ର ତୀର୍ଥକ୍ଷେତ୍ର  ଗୟା ଓ ବାରାଣସୀ ପରିଦର୍ଶନରେ ଯାତ୍ରା କରିଛନ୍ତି। ଆସନ୍ତା ତା ୦୨.୦୨.୨୦୨୪ ରିଖ ଦିନ ଏମାନେ ଯାତ୍ରା ଶେଷ କରି ଭବାନୀପାଟଣାକୁ ଫେରିବାର କାର୍ଯ୍ୟକ୍ରମ ରହିଛି। ଏହି ବରିଷ୍ଠ ତୀର୍ଥଯାତ୍ରୀ ମାନଙ୍କ ମାଗଣା ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସହ ଖାଦ୍ୟପେୟର ସୁବ୍ୟବସ୍ଥା କରାଯାଇଛି। ସେମାନଙ୍କର ସୁରକ୍ଷା ଦାୟିତ୍ଵ ନିର୍ବାହ କରିବା ପାଇଁ ଜିଲ୍ଲାରୁ ୭ ଜଣ ଏସ୍କର୍ଟ ଅଫିସରଙ୍କୁ ଜିଲ୍ଲା ପ୍ରଶାସନ ଦାୟିତ୍ଵ ଅର୍ପଣ କରି ସେମାନଙ୍କ ସହ ଯାତ୍ରାରେ ସାମିଲ କରିଛନ୍ତି। ତୀର୍ଥଯାତ୍ରୀ ମାନଙ୍କ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଉପସ୍ଥିତ ରହି ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ଶୁଭକାମନା ଓ ଅଭିନନ୍ଦନ ଜଣାଇଥିଲେ ଏବଂ ସବୁଜ ପତାକା ପ୍ରଦର୍ଶନ କରି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହାସହ ଜିଲ୍ଲା ପ୍ରଶାସନ ତରଫରୁ ଜର୍ଜ ଏମ୍ କେରକେଟା ଡେପୁଟି ସି ଇ ଓ , ଓରମାସ,  ସୁବୋଧ ଛତ୍ରିଆ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, କଳାହାଣ୍ଡି ଉପସ୍ଥିତ ଥିଲେ । 

Leave A Reply

Your email address will not be published.

thirteen − 7 =