ଯୋଡା ବ୍ଲକରେ ମିଳିତ ଅଭିଯୋଗ ଶୁଣାଣୀ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ସଭା ଗୃହରେ ସୋମବାର ଏକ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇ ଯାଇଛି ।ଏହି  ଅଭିଯୋଗ ଶୁଣାଣୀ ପୂର୍ବାହ୍ନ ୧୦ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ହୋଇଥିଲା ।ଏଥିରେ ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ ,ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମ।ହ।ଲା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ,ଚମ୍ପୁଆ ଉପ ଜିଲ୍ଲାପାଳ ସୁକାନ୍ତ ମାଝୀ,ବଡ଼ବିଲ ତହସିଲଦାର ଡି ଏସ ଶୁଭଦର୍ଶୀ ଯୋଶୀ,ଯୋଡା ବିଡ଼ିଓ ଅରୁଣିମା ସାହୁ ,ରେଞ୍ଜ ଅଧିକାରୀ ରଞ୍ଜନ କାଲ,ସ୍ୱାସ୍ଥ୍ୟ ଅଧିକାରୀ ଲକ୍ଷ୍ମୀ ସିଂ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଲବ କେଶରୀ ସାମନ୍ତ ରାୟ ପ୍ରମୁଖଙ୍କ ସମେତ ଯୋଡା ପୌର ପ।ଳିକାର ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମାତ୍ର ୨୮ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ପ୍ରମୁଖ ଅଭିଯୋଗ ଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ,ଆର୍ଥିକ ସହାୟତା,ଓଡ଼ିଶା ଝ।ଡ଼ଖଣ୍ଡ ସୀମାନ୍ତ ବର୍ତ୍ତି ଗ୍ରାମ କାରା ଖେଣ୍ଡର।ରେ ଉଚ୍ଚ ବିଦ୍ୟାଳୟ ସ୍ଥାପନ ,ରାସ୍ତା ମରାମତି ,ର।ସନ କାର୍ଡ,ଚୋରା ବାଲି କାରବାର,ଗୃହ ନିର୍ମାଣ, ରୋଇଡ।ଠାରେ ନୂତନ ମୋବାଇଲ ଟାୱାର ସ୍ଥାପନ ପ୍ରଭୃତି ବିଭିନ୍ନ ସମସ୍ୟା  ଉପରେ ଅଭିଯୋଗ ଶୁଣାଣି ହୋଇଥିଲା । ଦିବ୍ୟ।ଙ୍ଗ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ  ୬୬ଟି ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ  ପ୍ରଦାନ କରାଯାଇଥିଲା ।ଏହି ଅଭିଯୋଗ ଶୁଣାଣୀରେ ବିଦ୍ୟୁତ୍ ବିଭାଗ ,ପି ଡବ୍ଲ୍ୟୁଡି ର ବିଭାଗୀୟ ଅଧିକାରୀମାନେ ଅନୁପସ୍ଥିତ ଥିଲେ ।ତେଣେ ଯୋଡା ବ୍ଲକର ୧୯ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ଜଣେ ହେଲେ ସରପଂଚ ଉପସ୍ଥିତ ଥିବା ଦେଖିବାକୁ ମିଳି ନ ଥିଲା । କେବଳ ଜଣେ ମାତ୍ର ସମିତି ସଭ୍ୟ ଉପସ୍ଥିତ ଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି ଯେ,ଲିଖିତ ଆକାରରେ  ଗ୍ରାମପଞ୍ଚାୟତକୁ କୌଣସି ସୂଚନା ଦିଆ ଯାଇ ନ ଥିଲା । କେବଳ ୱାଟ ସପ୍ ମାଧ୍ୟମରେ ସୂଚନା ଦିଆ ଯାଇଥିବା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ କହିଛନ୍ତି ।

Leave A Reply

Your email address will not be published.

2 × 3 =