ବ୍ୟାସନଗର : ଆଜି ଅପରାହ୍ନରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଏବଂ ଅତିରିକ୍ତ ଦାୟିତ୍ୱରେ ଥିବା ରାଉରକେଲା ଅତିରିକ୍ତ ଜିଲ୍ଳାପାଳ , ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଉରକେଲା ସ୍ମାର୍ଟ ସିଟି ଲିଃ. ଓ ସଚିବ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଡଃ ଶୁଭଙ୍କର ମହାପାତ୍ର, ଭା.ପ୍ର.ସେ., ଯାଜପୁରରେ ନୂତନ ଜିଲ୍ଳାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟ୍ ଭାବେ ଯୋଗଦାନ କରିଚ୍ଥନ୍ତି । ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ସାରି ଜିଲ୍ଳା କାର୍ଯ୍ୟାଳୟରେ ପହଞ୍ଚିବା ସହ ଭାରପ୍ରାପ୍ତ ଜିଲ୍ଳାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟ୍ ଶ୍ରୀ ଶୁଭେନ୍ଦ୍ର କୁମାର ସମାଲଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ନୂତନ ଜିଲ୍ଳାପାଳଙ୍କୁ ଜିଲ୍ଳା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ୱାଗତ କରିଥିଲେ ।