ଇଫକୋ ପକ୍ଷରୁ ଦିନିକିଆ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ : ନାନୋ ୟୁରିଆ ପ୍ରୟୋଗ ଉପରେ ଗୁରୁତ୍ୱ

ପାରାଦୀପ : ଦେଶର ଅଗ୍ରଣୀ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପାରାଦୀପ ୟୁନିଟ ଏବଂ ଏହାର ସହଯୋଗୀ ଅନୁଷ୍ଠାନ କୋର୍ଡେଟ ସଂସ୍ଥାର ମିଳିତ ସହଯୋଗରେ କେନ୍ଦ୍ରାପଡା ଜିଲ୍ଲାର କୁସୁନପୁର ଗ୍ରାମ ସ୍ଥିତ ବଡବେତରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଦିନିକିଆ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରବିବାର ଦିନ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଗରଦପୁର ବ୍ଲକର କୃଷି ଅଧିକାରୀ ଗୌତମ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସରପଞ୍ଚ ସଂଯୁକ୍ତା ମହାପାତ୍ର, ପୂର୍ବତନ ସରପଞ୍ଚ ବନବିହାରୀ ରାଉତରାୟ, ଇଫକୋ ପାରାଦୀପ ଶାଖାର ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା, କୋର୍ଡେଟ ସଂସ୍ଥାର ଅଧ୍ୟକ୍ଷ କୁଳମଣି ମାଝୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାୟ ୧୨0 ରୁ ଉର୍ଦ୍ଧ ଅଗ୍ରଣୀ କୃଷକ ଏବଂ ଏସଏସଜି ଗ୍ରୁପର ପ୍ରତିନିଧି ମାନେ ଯୋଗଦେଇଥିଲେ l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଧାନ, ପନିପରିବା ଓ ବିଭିନ୍ନ ଫସଲରେ ଜୈବିକ ସାର ଓ ନାନୋ ୟୁରିଆର ପ୍ରୟୋଗାତ୍ମକ ପ୍ରଣାଳୀ ଓ  ଉପକାରିତା ସମ୍ପର୍କରେ ଆଲୋଚନା କରାଯିବା ସହ କୃଷକ ମାନଙ୍କୁ ପରୀକ୍ଷାତ୍ମକ ପ୍ରୟୋଗ ପାଇଁ ନାନୋ ୟୁରିଆ ପ୍ରଦାନ କରାଯାଇଥିଲା l ଏତଦବ୍ୟତୀତ ପରିବେଶ ସୁରକ୍ଷା ନିମନ୍ତେ ନାନୋ ୟୁରିଆ ର ବ୍ୟବହାର ଓ ଅଧିକ ଉତ୍ପାଦନ ସମେତ ଇଫକୋ ପକ୍ଷରୁ ଗ୍ରାମାଞ୍ଚଳର ବିକାଶ ଉପରେ ଆଲୋଚନା କରାଯାଇଥିଲା l

Leave A Reply

Your email address will not be published.

two × 4 =