ରେଳ ରେକ ପଣ୍ୟ ପରିଚାଳନାରେ ପାରାଦୀପ ବନ୍ଦରର ସର୍ବକାଳୀନ ରେକର୍ଡ

ପାରାଦୀପ : ସର୍ବ ଭାରତୀୟ ବୃହତ ବନ୍ଦର ପଣ୍ୟ ପରିଚାଳନା କ୍ଷେତ୍ରରେ ପାରାଦୀପ ବନ୍ଦର ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଏକ ନମ୍ବର ବନ୍ଦର ଭାବେ ପରିଗଣିତ ହେଉଥିବା ବେଳେ ଚଳିତ ଫେବୃଆରୀ ମାସ ୪ ତାରିଖ ରବିବାର ଗୋଟିଏ ଦିନରେ ୭୯ ଟି ରେଳ ରେକ ପରିଚାଳନା କରି ସର୍ବ ଭାରତୀୟ ସ୍ତରରେ ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛି l ଏଥିରେ ୨୮ ରେକ ଖଲାସ ହୋଇଥିବା ବେଳେ ୫୧ ଟି ରେକ ବୋଝେଇ ହୋଇ ସର୍ବମୋଟ ୭୯ ଟି ରେକ ପରିଚାଳନା ହୋଇଥିଲା l ପୂର୍ବ ବର୍ଷ ୧୮ ଫେବୃଆରୀ ୨0୨୩ ରେ ଏହି ରେକ ପରିଚାଳନା ସର୍ବୋଚ୍ଚ ୭୫ ଥିଲା l ସୂଚନା ଥାଉକି ନିକଟରେ ଗତ ଜାନୁଆରୀ ଗୋଟିଏ ମାସରେ ପାରାଦୀପ ବନ୍ଦର ସର୍ବ ଭାରତୀୟ ସ୍ତରରେ ରେକର୍ଡ କରି ଚର୍ଚ୍ଚାରେ ରହିଥିବା ବେଳେ ପୁନର୍ବାର ଏହି ରେକ ପରିଚାଳନାର ରେକର୍ଡ ବନ୍ଦର ଅଧ୍ୟକ୍ଷ, ଅଧିକାରୀ ଓ କର୍ମଚାରୀ ମାନଙ୍କ ଦକ୍ଷତାକୁ ସୂଚିତ କରୁଛି l ତେବେ ଏଭଳି ଅବିଶ୍ୱସନୀୟ ମାଇଲଖୁଣ୍ଟ ହାସଲ କରିବାରେ ସହଯୋଗ କରିଥିବା ସମସ୍ତ ଅଧିକାରୀ, କର୍ମଚାରୀ ଓ ହିତାଧିକାରୀଙ୍କୁ ବନ୍ଦର ଅଧ୍ୟକ୍ଷ ପି.ଏଲ. ହରନାଦ ଅଭିନନ୍ଦନ ଜଣାଇଛନ୍ତି l

Leave A Reply

Your email address will not be published.

sixteen + one =