ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ପ୍ରବେଶ ପଥରେ ବାଧକ ସାଜିଛି ପିଆଇସିଟି ରେଳ ଫାଟକ

ପାରାଦୀପ : ପାରାଦୀପ ବନ୍ଦର ପଣ୍ୟ କାରବାରରେ ସଫଳତା ହାସଲ କରି ସର୍ବ ଭାରତୀୟ ବୃହତ ବନ୍ଦର ଇତିହାସରେ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରିଚାଳିଛି l ତେବେ ଏହି ସଫଳତା ପଛରେ ବନ୍ଦରର କର୍ମଚାରୀ, ଅଧିକାରୀ ଏବଂ ବନ୍ଦର ବ୍ୟବହାରକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ତେବେ ବନ୍ଦର ନିଷିଦ୍ଧାଞ୍ଚଳର  ଗୁରୁତ୍ୱପୂର୍ଣ୍ଣ ୪ ନମ୍ବର ଫାଟକ ଆଗରେ ପିଆଇସିଟି କମ୍ପାନୀର ରେଳ ଧାରଣା ଫାଟକ ଏବେ ଯିବା ଆସିବାରେ ଅନ୍ତରାୟ ସୃଷ୍ଟି କରୁଥିବାର ଦେଖିବାକୁ ମିଳୁଛି l ସୂଚନାଥାଉକି ବନ୍ଦରର ୫ ନମ୍ବର ଫାଟକ ଭିତରେ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମୀନାଲ (ପିଆଇସିଟି) ଏହି ଜେଟି କୁ ଦୀର୍ଘ ମିଆଦି ସୂତ୍ରରେ ଲିଜ ଆକାରରେ ଭଡାକୁ ନେଇଛି l ବିଭିନ୍ନ ପଣ୍ୟ ନେବା ଆଣିବା ପାଇଁ ଏହାର ଟ୍ରେନ ଲାଇନ ୪ ନମ୍ବର ଗେଟ ଆଗଦେଇ ଯାଇଛି l ପ୍ରାୟ ଟ୍ରେନ ଯିବା ଆସିବା କରିବା ଦ୍ୱାରା ବହୁ ଜରୁରୀ କାଳୀନ ଯାନ, ବନ୍ଦର ଓ ବିଭିନ୍ନ ସଂସ୍ଥା ର ଅଧିକାରୀ ଓ କର୍ମଚାରୀ ନିଜ କର୍ମ କ୍ଷେତ୍ରକୁ ଯିବା ଆସିବା କରିବା କଷ୍ଟକର ହୋଇପଡିଛି l ରେଳ ଫାଟକ ବନ୍ଦ ଯୋଗୁଁ ବହୁ ଯାନ ବାହନ ବେଳେ ବେଳେ ଦୀର୍ଘ ସମୟ ଧରି ଅଟକି ରହିବା ଯୋଗୁଁ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହେଉଛି l ବିଳମ୍ବରେ କାର୍ଯ୍ୟ କ୍ଷେତ୍ରରେ ପହଞ୍ଚିବା ଯୋଗୁଁ ପରୋକ୍ଷରେ ବନ୍ଦରର କ୍ଷତି ହେଉଥିବା ନେଇ ଜଣାପଡିଛି  l ତେବେ ଦୀର୍ଘ ଦିନରୁ ଏଠାରେ ଏକ ଓଭରବ୍ରିଜ ନିର୍ମାଣ କରିବାର ଦାବୀ ହୋଇଆସୁଥିଲେ ମଧ୍ୟ ମୁନାଫାଖୋର ପିଆଇସିଟି କତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଦେଖାଯାଉଛି l ଅନ୍ୟପକ୍ଷରେ ପିଆଇସିଟି କମ୍ପାନୀ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଅନେକ ଦୁର୍ଘଟଣାରେ ଶ୍ରମିକ ମାନେ ଗୁରୁତର ଆହତ ହେବା ସହ ସେଠାରେ ଶ୍ରମିକ ଅତ୍ୟାଚାର ଓ ଶୋଷଣ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି l 

Leave A Reply

Your email address will not be published.

5 × 5 =