ତୃଟିପୂର୍ଣ୍ଣ ପରୀକ୍ଷା କେନ୍ଦ୍ର ଚିହ୍ନଟ, ଛାତ୍ର ଛାତ୍ରୀ ହେବେ ହଇରାଣ

ନୂଆପଡା : ଓଡ଼ିଶା ସରକାର ପିଲାଙ୍କ ଭବିଷ୍ୟତ ଓ ସୁବିଧା ନିମନ୍ତେ  ଗଢ଼ି ତୋଳିଛନ୍ତି ଆଦର୍ଶ ବିଦ୍ୟାଳୟ । ପିଲା ସୁବିଧାରେ ପଢ଼ିବେ ଓ ବଢ଼ିବେ ହେଉଛି ମୂଳ ଲକ୍ଷ୍ୟ । ବର୍ତ୍ତମାନ ହେବାକୁ ଥିବା ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଗୁଡ଼ିକର ନାମ ବାହାରି ସାରିଛି । ସୂଚନା ଅନୁସାରେ ବୋଡ଼େନ ବ୍ଲକର କେଷରାଜପୁର ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଯିବେ ଜବାହର ନବୋଦୟ ବିଦ୍ୟାଳୟ ତରବୋର୍ଡକୁ ପରୀକ୍ଷା ଦେବା ପାଇଁ । ବ୍ଲକର ବିଭିନ୍ନ ଗ୍ରାମରୁ କେଶରାଜପୁରକୁ ପଢ଼ିବା ପାଇଁ ଆସନ୍ତି ସତ କିନ୍ତୁ ଦୂରତା ଦୃଷ୍ଟିରୁ କିଏ ସକାଳ ୬ ଟା ସମୟରେ ତ ଆଉ କାହାକୁ ସକାଳ ୮ ଟା ପୂର୍ବରୁ ପ୍ରସ୍ତୁତି ହେବାକୁ ହୋଇଥାଏ ବିଦ୍ୟାଳୟକୁ ଆସିବାକୁ । କିଛି ଛାତ୍ର ଛାତ୍ରୀ ମା ବାପାଙ୍କ ଟଙ୍କା ଥାଉ ଅବା ନ ଥାଉ ଭଡ଼ା ଗାଡ଼ିରେ ଆସି ଖର୍ଚାନ୍ତରେ ରହୁଛନ୍ତି ,କିଛି ସ୍କୁଲ ପିଲାଙ୍କ ପାଇଁ ବାପା ମାଁ ନିଜର ସମୟ ବାହାର କରି ଛାଡ଼ିବାକୁ ଆସନ୍ତି, ପୁଣି କିଛି ଛାତ୍ର ଛାତ୍ରୀ ନିଜେ ସାଇକଲ ମାଧ୍ୟମରେ ଆସନ୍ତି । ଘରକୁ ଫେରିବା ସମସ୍ତଙ୍କ ପାଇଁ ସମାନ ସମୟ ହୁଏନି । ଅନେକ କଷ୍ଟରେ ପଢୁଛନ୍ତି ,କିନ୍ତୁ ବର୍ତ୍ତମାନ କେସରାଜପୁର- ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ତରବୋର୍ଡ ଠାରେ ଥିବା ଜେଏନ୍ଭି କୁ ପରୀକ୍ଷା ଦେବା ପାଇଁ ଯିବେ । ଖରା ବଢ଼ି ସାରିଥିବ,ଅନେକ ଛାତ୍ର ଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପାଇଁ ୩/୪ ଘଣ୍ଟା ସମୟ ଲାଗିବ,ବାଟରେ କାହାର ଗାଡ଼ି ଖରାପ ହେଲେ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ପାରିବେ ତ? ଘଣ୍ଟା ଘଣ୍ଟା ଧରି ଗାଡ଼ିରେ ବସି ଯିବା ଦ୍ଵାରା ସେମାନଙ୍କ ମାନସିକ ସ୍ଥିତି ଠିକ୍ ରହିବ ତ? ଏମିତି ହଇରାଣ ହରକତରେ କମ ବୟସର ସ୍କୁଲ ପିଲା ଯାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାପରେ ତାର ଅବସ୍ଥା ଯେ କେମିତି ଥିବ ତାହା ସମସ୍ତେ ଅନୁଭବ କରି ପାରୁ ଥିବେ ନିଶ୍ଚିତ ଭାବରେ । କାର୍ଯ୍ୟାଳୟ ଭିତରେ ବସି ପରୀକ୍ଷା କେନ୍ଦ୍ର ନିର୍ମାଣ କରିବା ନା ସ୍ଥାନ ପରିଦର୍ଶନ କରି ପରୀକ୍ଷା କେନ୍ଦ୍ର ନିର୍ମାଣ – ଏଇଥି ପାଇଁ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଯେତେ ସବୁ ରୁପାନ୍ତରିକରଣ କାହା ପାଇଁ କରାଗଲା । ସରକାରଙ୍କ  ବଡ଼ ବଡ଼ ବିଦ୍ୟାଳୟ ପ୍ରତ୍ୟେକ ବ୍ଲକରେ ଅଛି କିନ୍ତୁ ୮୦/୯୦ କିଲୋମିଟର ଦୂରକୁ ଯାଇ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ପରୀକ୍ଷା ଦେବା ଆମ ସମସ୍ତଙ୍କ ପାଇଁ ଦୁଃଖ ଲାଗେ ବୋଲି ଅଭିଭାବକ କ୍ଷୋଭ ପ୍ରକାଶ କରୁଛନ୍ତି । ସରକାର ଯଥା ଶୀଘ୍ର ଏଥି ପ୍ରତି ଦୃଷ୍ଟି ଦେଇ ଖରୀଆର କିମ୍ବା ବୋଡ଼େନ ବ୍ଲକ ଅବା ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀଙ୍କ ପରୀକ୍ଷା କରାଇବାକୁ ଚେଷ୍ଟା କରନ୍ତୁ ବୋଲି ଦାବି ହୋଇଛି ।

Leave A Reply

Your email address will not be published.

eleven + fifteen =