ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୋକ ଅଭ୍ୟାସ

ନବରଙ୍ଗପୁର :  ଜିଲ୍ଲା ସଦରମହକୁମା ସ୍ଥିତ ମିଶନ ଶକ୍ତି ସଭାଗୃହରେ କଟକ ଜିଲ୍ଲା ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (NDRF) ଏବଂ  ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସାମୁହିକ ଅଭ୍ୟାସ  ଟେବୁଲ ଟପ ଆଲୋଚନା ଚକ୍ର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏବଂ  କମାଣ୍ଡେଣ୍ଟ ବର୍ଦ୍ଧମାନ ମିଶ୍ର,ବିକାଶ କୁମାର ଭଗତ, ସୁଶିଲ କୁମାର, ଭି ଏସ ଚଣ୍ଡିଲ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି l ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି କେମିତି ରହିବ ଓ ସର୍ବସାଧାରଣରେ ବିପର୍ଯ୍ୟୟକୁ କିପରି ପ୍ରତିହତ କରିହେବ, ବିପର୍ଯ୍ୟୟ ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ବିପର୍ଯ୍ୟୟକୁ ହ୍ରାସ କରିବା ପଦ୍ଧତି, ପ୍ରାକ୍ ସୂଚନା ଯଥା ପ୍ରସାରଣ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ, ସମ୍ପୃକ୍ତ ଅଧିକାରୀମାନଙ୍କ ଭୂମିକା,  ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା,  ଯନ୍ତ୍ର ଓ ଉପକରଣ ର ବ୍ୟବହାର, ରିଲିଫ ବଣ୍ଟନ ଏବଂ ସଫଳ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ଆଲୋଚନା ଚକ୍ର ପରେ ଆଜି ନବରଙ୍ଗପୁର ସଦର ବ୍ଲକ ଅଗ୍ନିପୁର ପଞ୍ଚାୟତ ସ୍ଥିତ କୁସୁମଝର ଜଳଭଣ୍ଡାରରେ NDRF ଟିମ୍ ସହଯୋଗରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏକ ମକ ଡ୍ରିଲ ରେ ବନ୍ୟା ଭଳି ପରିସ୍ଥିତି ରେ  ନିଜକୁ  ପାଣିରୁ ସୁରକ୍ଷିତ ବଞ୍ଚାଇବା ସହିତ ଅନ୍ୟମାନଙ୍କ ଧନ ଜୀବନ ଗୃହପାଳିତ ପଶୁ ପକ୍ଷୀଙ୍କୁ କିପରି ଭାବରେ ସୁରକ୍ଷିତ ଉପାୟରେ ବଞ୍ଚାଇବାର କୌଶଳ ପ୍ରଦର୍ଶନ କରିଥିଲେ।  ଏହି ମକ ଡ୍ରିଲ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବିନାୟକ ଖାଡଙ୍ଗା, ନବରଙ୍ଗପୁର  ଜିଲ୍ଲା ଜରୁରୀ କାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ,ଅଧିକ୍ଷକ ଯନ୍ତ୍ରୀ ଚିନ୍ମୟୀ ମଲ୍ଲିକ, ନବରଙ୍ଗପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖୋରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡି କେ ଲାକ୍ରା, ନବରଙ୍ଗପୁର ତହସିଲଦାର କୈଳାଶ ତ୍ରିପାଠୀ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ନିର୍ବାହୀ ଯନ୍ତ୍ରୀ TPSODL ସିଭେସ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି କେ ପଟ୍ଟନାୟକ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶିବାନୀ ଗୁହା, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ଵାଲାଜୀ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ସହିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମକର୍ତ୍ତା, ପ୍ରାଣୀ ଧନ ଚିକିତ୍ସା ଅଧିକାରୀ,  ଅଙ୍ଗନବାଡି ଓ ମିଶନ ଶକ୍ତି ମହିଳା ସଦସ୍ୟା ବୃନ୍ଦ, ସରପଞ୍ଚ  ଅଗ୍ନିପୁର ମହିଳା ମହାବିଦ୍ୟାଳୟର  ଛାତ୍ରୀ, ସହିତ ଅଧ୍ୟାପକ ଏନ ଏମ ଖୋସ୍ଲା , ସ୍ଥାନୀୟ ସ୍ବେଚ୍ଛାସେବୀ, ସ୍ଥାନୀୟ ଜନସାଧାରଣ  ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.

nineteen + 18 =