ଦିଦିଙ୍କର ଚେତାବନୀ ଦାବି ପୂରଣ ନହେଲେ ୨୯ ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ

ମାଲକାନଗିରି : ଦୀର୍ଘ ଦିନ ଧରି ଅଙ୍ଗନୱାଡ଼ି କର୍ମଚାରୀ କରିଆସୁଥିବା ଦାବି ସରକାର କେବେ ପୂରଣ କରିବେ। ତାହା ଏବେ ବଡ଼ ପ୍ରଶ୍ନ। ଅଲ୍ ଓଡି଼ଶା ଅଙ୍ଗନୱାଡ଼ି ଲେଡିସ ୱାର୍କର ଆସୋସିଏସନ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ  ଦାବି କରିଆସୁଥିଲେ ମଧ୍ୟ ତାହା ଉପରେ ଏପର୍ଯ୍ୟନ୍ତ ପୁର୍ଣ୍ଣଛେଦ୍ ପଡ଼ିନାହିଁ । ବିଭିନ୍ନ କର୍ମଚାରୀଙ୍କ ଦାବି ରାଜ୍ୟ ସରକାର ପୁରଣ କରୁଛନ୍ତିି ତେବେ ଅଙ୍ଗନୱାଡ଼ି କର୍ମୀଙ୍କୁ  କାହିଁକି ଅଣଦେଖା କରାଯାଉଛି। ରାଜ୍ୟ ସରକାର ଖାଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଏବଂ ତାରିଖ ପରେ ତାରିଖ ଘୁଞ୍ଚି ଚାଲିଛି। ଜଣେ ଅଙ୍ଗନୱାଡ଼ି କର୍ମୀ ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ରିପୋର୍ଟ ପ୍ରସ୍ତୁତି କରିଥାଏ । ସମାନ କାମକୁ ସମାନ ଦରମା ସରକାର ଦେଉନାହାନ୍ତି। କିନ୍ତୁ କାହିଁକି ସରକାର ଅଙ୍ଗନୱାଡ଼ି କର୍ମଚାରୀଙ୍କ ଦାବି ଶୁଣୁନାହାନ୍ତି। କିଛି ଏଭଳି ପ୍ରଶ୍ନ କରିଛନ୍ତି ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ ଆସୋସିଏସନ ର ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର ମାଲକାନଗିରି ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କାଠ ଗଡ଼ାରକୁ ଟାଣିଛନ୍ତି ସଭାନେତ୍ରୀ ସୁମିତା । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ୨୫୦ ରୁ ଉର୍ଦ୍ଧ୍ବ ଅଙ୍ଗନୱାଡ଼ି କର୍ପମଚାରୀ ଏକତ୍ରିତ ହୋଇଥିଲେ । ପାଚିକା, ପ୍ରସୂତି ମାଁ ମାନଙ୍କୁ ୫ହଜାର ରୁ  ବଡ଼ାଇ ୧୦ ହଜାର କରିଛନ୍ତି ସରକାର । ରେଶନ କାର୍ଡ ଧାରୀଙ୍କୁ ୧ହଜାର ଟଙ୍କା ସହିତ ୨ ଟି ଲେଖାଏଁ ବ୍ୟାଗ୍  ବଣ୍ଟନ କରିଛନ୍ତି। ହେଲେ ଅଙ୍ଗନୱାଡ଼ି କର୍ମଚାରୀ , ସହାୟୀକା ଙ୍କ  କଥା କେବେ ବୁଝିବେ ସରକାର ବୋଲି ପ୍ରଶ୍ନ କରିଛନ୍ତି। ଗତ କିଛି ମାସ ତଳେ ସଂଘ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ମଧ୍ୟ ବସିଥିଲେ। ଯେଉଁଥିରେ ଅଲ୍ ଓଡିଶା ମଜୁଦର ସଂଘ ମଧ୍ୟ ସାମିଲ୍ ରହିଥିଲେ। ତେବେ ଅଙ୍ଗନୱାଡ଼ି କର୍ମଚାରୀ  କରିଥିବା ୯ଗୋଟି ଦାବି ଯଦି ରାଜ୍ୟ ସରକାର ମାନି ନ ନିଅନ୍ତି ଆସନ୍ତା ୨୮ ତାରିଖ ରୁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବେ ସଂଘ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.

thirteen + 6 =