ଫିଲ୍ମ ଶୁଟିଂ ପାଇଁ ଲଣ୍ଡନ ଯିବେ ଅକ୍ଷୟ!

ମୁମ୍ବାଇ: କରୋନା ପାଇଁ ବଲିଉଡ୍‌ର ସମସ୍ତ ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ବଲିଉଡ୍‌ର ଖିଲାଡି ବୟେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବେଲ ବଟମ’ର ଶୁଟିଂ ବନ୍ଦ ଥିବା ବେଳେ ଏବେ ମହାରାଷ୍ଟ୍ର ସରକାର ଉକ୍ତ ଫିଲ୍ମର ଶୁଟିଂ ଜୁନ ୧୫ ତାରିଖ ପରେ ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଛନ୍ତି।

ତେଣୁ ବାକିଥିବା କାମକୁ ଶୀଘ୍ର ପୁରା କରିବାକୁ ଏବେ ଅକ୍ଷୟ ପୁରା  ଲାଗି ପଡିଛନ୍ତି। ଏଥିପାଇଁ ଅକ୍ଷୟ ଜୁଲାଇ ମାସରେ ଲଣ୍ଡନ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଫିଲ୍ମର ବାକିଥିବା କିଛି ସିନ୍‌ ଲଣ୍ଡନରେ ହିଁ ଶୁଟିଂ କରାଯିବ। ଏହି ଥ୍ରୀଲର ଫିଲ୍ମକୁ ସଞ୍ଜିତ ତିଓ୍ବାରି ନିର୍ଦ୍ଦେଶନା ଦେଇଛନ୍ତି। ନିଖିଲ ଆଡଭାନି ଓ ବାସୁ ଭଗନାନୀ ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି।

Leave A Reply

Your email address will not be published.

3 × four =