ବିକାଶର ବିନ୍ଧାଣୀ ନବୀନଙ୍କ ପାଇଁ ଭୋଟ ଭିକ୍ଷା କଲେ-ପାଣ୍ଡିଆନ

ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିରୋଧୀଙ୍କୁ ପାଣ୍ଡିଆନଙ୍କ କଟାକ୍ଷ

ଚମ୍ପୁଆ : ଆଜି ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଚମ୍ପୁଆ ବିଧାନସଭା କ୍ଷେତ୍ର ଚମ୍ପୁଆ ଏନ୍ଏସିରେ ଆୟୋଜିତ ଏକ ଜନସମୁଦ୍ର ସଭାକୁ ସମ୍ଵୋଧନ କରି ଓଡ଼ିଶା ବିକାଶର ମୁଖ୍ୟ ବିନ୍ଧାଣୀ,ଦେଶର ଏକ ନମ୍ଵର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵିଜେଡି ଦଳ ପାଇଁ ଓ ଚମ୍ପୁଆ ବିଧାନସଭା ଵିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ଏବଂ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ହଜାର ହଜାର ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି । ଭି.କେ.ପାଣ୍ଡିଆନ ହେଲିକପ୍ଟରରେ ଆସି ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ ଜିଲ୍ଲା ଵିଜେଡି ସଭାପତି କୁଶ ଆପଟ୍ଟ, ପ୍ରାର୍ଥୀ ସନାତନ ମହାକୁଡ଼ ଓ ଧନୁର୍ଜୟ ସିଦ୍ଧୁ ପାରମ୍ପରିକ ଆଦିବାସୀ ନାଚଗୀତରେ ବନ୍ଦାପନା କରି ସଭାସ୍ଥଳକୁ ପାଛୋଟି ନେଇଥିଲେ । ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ ଓଡ଼ିଶାର ବିକାଶ ଧାରା ଅନ୍ୟ ରାଜ୍ୟ ପାଇଁ ମଡେଲ ସାଜିଥିବା କହିଥିଲେ । ସାଧାରଣ ଜନତାଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସ୍ନେହ, ଭଲପାଇବା ଦେଖି ବିରୋଧୀ ହତୋତ୍ସାହିତ ହୋଇପଡୁଥିବା କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ସହ  ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଵିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି  । ମୁଖ୍ୟମନ୍ତ୍ରୀ ୬ଷ୍ଠ ଥର ପାଇଁ
ଜୁନ୍ ୯ତାରିଖରେ ବିପୁଳ ଵହୁମତରେ ନିର୍ଵାଚିତ ହୋଇ ଶପଥ ନେବାପରେ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବା, ସମସ୍ତଙ୍କୁ ଵିଜୁ ସ୍ଵାସ୍ଥ୍ୟ କାର୍ଡ,ମିଶନ ଶକ୍ତି ଯୋଜନାରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ,୨ଲକ୍ଷ ଲୋକଙ୍କୁ ନିଯୁକ୍ତି,କାଳିଆ ସହାୟତା, ଆଦିବାସୀଙ୍କ ପାଇଁ ଲାଭ ଯୋଜନା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ୬୦ଵର୍ଷ ପାର ହେଲେ ପେନସନ ଯୋଗାଇବା,ମମତା ଯୋଜନା, ଲକ୍ଷ୍ମୀ ଵସ ଆଦି ସେଵାମାନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କରିଛନ୍ତି ବୋଲି କହିଥିଲେ । କେନ୍ଦୁଝରରେ ମେଡିକାଲ କଲେଜ, ସରକାରୀ ଇଞ୍ଜିନିୟରିଂ କଲେଜ୍, କାନପୁର ଜଳସେଚନ ପ୍ରକଳ୍ପ,ଯୋଡା ଫ୍ଲାଇ ଓଭର  ଆଦି ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଭେଟି ଦେଇଛନ୍ତି । ପାଣ୍ଡିଆନ  ଆଗାମୀ ୨୫ ତାରିଖ ଯୋଡି ଶଙ୍ଖରେ  ଦୁଇଥର ଭୋଟ ଦେଇ ସାଂସଦ ଓ ବିଧାନସଭା ପ୍ରାର୍ଥୀ ଙ୍କୁ ଲକ୍ଷାଧିକ ଭୋଟରେ ଜିତାଇବା ପାଇଁ ନିବେଦନ କରିଥିଲେ । 

Leave A Reply

Your email address will not be published.

15 − two =