ପରିକ୍ରମା ପ୍ରକଳ୍ପ ଉଦ୍ୟାନରେ ବିରଜା ପ୍ରତିମୂର୍ତ୍ତି ସ୍ଥାପନ କରାନଯିବାକୁ ଦାବି

ଯାଜପୁର ମ୍ୟୁନିସପାଲିଟି : ଯାଜପୁର ବଜରଙ୍ଗ ଦଳ ଓ ହିନ୍ଦୁ ଏକତା ମଞ୍ଚ ତତଫରୁ ଆଜି ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ବିରଜାଙ୍କ ପ୍ରତିମୂର୍ତ୍ତି ପ୍ରକଳ୍ପ ଉଦ୍ୟାନରେ ପ୍ରତିଷ୍ଠା କରାନଯିବାକୁ ଅନୁରୋଧ କରାଯାଇଛି। ସୂଚନାମୁତାବକ ବିରଜାମନ୍ଦିର ପ୍ରକଳ୍ପ ରେ ଏକ ଆଧ୍ୟାତ୍ମିକ ଉଦ୍ୟାନ କାମ ଜାରି ରହିଛି ଓ ସେହି ଉଦ୍ୟାନରେ ମା ବିରଜା ସଂସ୍କୃତି ପ୍ରତିଫଳିତ ହେବ ଓ ସେଠାରେ ମା ବିରଜା ଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ଯେଉଁ ମୂର୍ତ୍ତି ର କାମ ସରିଛି କେବଳ ସ୍ଥାପନ କରାଯିବାକୁ ବାକି ରହିଛି, ଯାହାକୁ ଆଜି ବଜରଙ୍ଗ ଦଳ ଓ ହିନ୍ଦୁ ଏକତା ମଞ୍ଚ ବିରୋଧ କରିଛି, କାରଣ ଯଦି ମାଆଙ୍କ ମୂର୍ତ୍ତି ସ୍ଥାପନ କରାଯାଏ ତାହା ମାଆଙ୍କ ପ୍ରତି ଅପମାନ ହେବ ବୋଲି ଆଶଙ୍କା କରାଯାଇଛି । ତେବେ ସେହି ସ୍ଥାନରେ ଯାଜପୁର ଜିଲ୍ଲାର ଅନେକ ସଂସ୍କୃତିର ଝଲକ୍ ସହ ରାଜା ଯଯାତି କେଶରୀ ଓ ଭାରତ ମାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ ବୋଲି ଦାବି ଜଣାଯାଇଛି । ଏଥିରେ ଅରବିନ୍ଦ ଦାସ, ମୃତ୍ୟୁଞ୍ଜୟ ପଟ୍ଟନାୟକ, ବାଦଲ ନାୟକ, ଅମିୟ ମହାନ୍ତି, ପ୍ରିୟବ୍ରତ ପଣ୍ଡା, ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

three × three =