ଜିନ୍ଦଲ ଫାଉଣ୍ଡେସନ ଓ ବିସିକେଆଇସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ – ବଡ଼ବିଲରେ ପ୍ରତିଷ୍ଠା ହେବ ଏଲଇଡି ବଲ୍ବ ପ୍ରସ୍ତୁତି ୟୁନିଟ

ଯୋଡ଼ା/ବଡ଼ବିଲ: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା/ବଡ଼ବିଲ ମହିଳା ସଶକ୍ତିକରଣ ଓ ସେମାନଙ୍କ ନିରନ୍ତର ବିକାଶ ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛି ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର(ଜେଏସପି)ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ । ବଡ଼ବିଲର ଦେଓଝର ପଞ୍ଚାୟତରେ ଏକ ଏଲଇଡି ବଲ୍ବ ପ୍ରସ୍ତୁତି ୟୁନିଟ ପ୍ରତିଷ୍ଠା କରିବା ପାଇଁ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଲଷ୍ଟର ଫାଉଣ୍ଡେସନ (ବିସିକେଆଇସି) ସହ ଜିନ୍ଦଲ ଫାଉଣ୍ଡେସନ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ଏହା ସ୍ଥାନୀୟ ମହିଳାଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ସହ ପରିବେଶ ଅନୁକୁଳ ଓ ଶକ୍ତି ଦକ୍ଷ ଉପକରଣ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବ । ଜିନ୍ଦଲ ଫାଉଣ୍ଡେସନର ମହିଳା ଓ ଜୀବିକା କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଏହି ପାଇଲଟ କାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ ଗ୍ରାମଗୁଡ଼ିକର ୨୦ ଜଣ ମହିଳାଙ୍କୁ ଏଲଇଡି ବଲ୍ବ ପ୍ରସ୍ତୁତି ପାଇଁ ତାଲିମ ଦିଆଯିବ । ଭବିଷ୍ୟତରେ ଏହି କାର୍ଯ୍ୟକ୍ରମର କଳେବର ବଢ଼ିବା ସହ ଏହା ମହିଳାଙ୍କ ଆର୍ଥିକ ସମୃଦ୍ଧିରେ ସହାୟକ ହେବ । ବଡ଼ବିଲ ପେଲେଟ ପ୍ଲାଣ୍ଟ କାର୍ଯ୍ୟାଳୟ ପରିସରରେ ପ୍ଲାଣ୍ଟର ୟୁନିଟ ହେଡ ଏମଡି ପୁରୁଷୋତ୍ତମ, ଏଚଆର ଓ ଇଏସ ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତି, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ପାର୍ଶ୍ୱବର୍ତ୍ତୀ ଗ୍ରାମର ମହିଳାଙ୍କ ଉପସ୍ଥିତିରେ ବିକେସିକେଆଇସିର ଅଧ୍ୟକ୍ଷ ଡକ୍ଚର ମୃତ୍ୟୁଞ୍ଜୟ ସୁଆର ଓ ଜିନ୍ଦଲ ଫାଉଣ୍ଡେସନର ଜିଏମ-ସିଏସଆର ଶ୍ରୀ ଭର୍ଜିଲ ଲାକ୍ରା ଏହି ଏମଓୟୁ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଶାନ୍ତ କୁମାର ହୋତା, ସଭାପତି ଏବଂ ଗ୍ରୁପ ମୁଖ୍ୟ, ସିଏସଆର ଓ ଏଜୁକେସନ କହିଛନ୍ତି, “ଏହି ପଦକ୍ଷେପରେ ସୁଯୋଗ ସୃଷ୍ଟି, ଦକ୍ଷତା ବିକାଶ, ବଜାର ସଂଯୋଗର ସୁବିଧା ଅନ୍ତର୍ଭୁକ୍ତ ରହିଛି । ଏହା ମହିଳାମାନଙ୍କ ନିୟମିତ ରୋଜଗାର ବୃଦ୍ଧି କରିବ । ଏହା ସହିତ ମହିଳାମାନଙ୍କର ମୂଲ୍ୟ ନିର୍ଦ୍ଧାରଣ ଦକ୍ଷତା ଓ ନିଷ୍ପତି ନେବାର କ୍ଷମତା ବୃଦ୍ଧି ଆଦିବାସୀବହୁଳ ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ବିକାଶରେ ସେମାନଙ୍କ ଭାଗିଦାରି ବଢ଼ାଇବ । ଶକ୍ତି ଦକ୍ଷ ବଲ୍ବର ଚାହିଦା ବଢୁଥିବାରୁ ଏହି ପଦକ୍ଷେପ ଏକ ପରିବେଶ ଅନୁକୁଳ ଓ ନିରନ୍ତର ସାମାଜିକ ବିକାଶ ମଡେଲ ପ୍ରସ୍ତୁତି ସହ ଚିରସ୍ଥାୟୀ ସାମୁଦାୟିକ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।”ଏଠାରେ ସୂଚନା ଯୋଗ୍ୟ ଯେ ମହିଳା ଓ ଜୀବିକା କାର୍ଯ୍ୟକ୍ରମ ଅଧୀନରେ ଅନେକ ଉଚ୍ଚପ୍ରଭାବୀ ପଦକ୍ଷେପ ନିଆଯାଇଛି । ଜିନ୍ଦଲ ଆଶା, କିଶୋରୀ ଏକ୍ସପ୍ରେସ, ଯଶଶ୍ୱୀ ଓ ଜନଜୀବିକା କେନ୍ଦ୍ର ଭଳି ପଦକ୍ଷେପ ଦ୍ୱାରା ଜିନ୍ଦଲ ଫାଉଣ୍ଡେସନ ଦେଶର ୫୦ ଲକ୍ଷରୁ ଅଧିକ ମହିଳା ଓ ବାଳିକାଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଜୀବନରେ ରୂପାନ୍ତରଣ ଆଣିଛି ।

Leave A Reply

Your email address will not be published.

14 − 8 =