ରଘୁନାଥପୁର:ରଘୁନାଥପୁର ବ୍ଲକ ଅଧିନସ୍ଥ ପୂରଣଓଡ଼ପଡା ସ୍ଥିତ ସଂକେତ ଶିକ୍ଷାନୁଷ୍ଠାନ ଦ୍ୱାରା ଗୁରୁବାର ମହାତ୍ମା ଗାନ୍ଧୀଙ୍କ ଦିବସ ଅବସରରେ ଏହାର ଅଠରତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟାପକ ଗୁରୁ ନିଶିକାନ୍ତ ରାଉତରାୟ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଓଡିଶାରେ ଶିକ୍ଷା ଓ ସଂସ୍କୃତିକୁ ଉଦ୍ଜୀବିତ ରଖିବା ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସଂକେତ ଅନୁଷ୍ଠାନର ଛାତ୍ର ଛାତ୍ରୀମାନେ ନିଯୁକ୍ତିକୁ ପ୍ରଶଂସା କରିଥିଲେ । ଏଥିସହିତ ଓଡ଼ିଶାର ସଂସ୍କୃତିକୁ ବଞ୍ଚାଇବାକୁ ହେଲେ ଓଡିଶୀ ସଂଗୀତକୁ ରାଷ୍ଟ୍ରୀୟମାନ୍ୟତା ଦେବାପାଇଁ ଦାବିକରିଥିଲେ । ଏଥିରେ ସନମ୍ମାନୀୟ ଅତିଥିଭାବେ ବିଜ୍ଞାନ ସଂଯୋଜକ ସୁବାସ ରାଉତ ଓ ଅଧ୍ୟାପକ ଆଇଜାକ ମହାନ୍ତି ଯୋଗଦେଇ ବେକାର ଯୁବକ ଯୁବତୀମାନଙ୍କୁ ବୈଷୟିକ୍ୟ ଶିକ୍ଷା ଦାନକରିବା ସଂକେତ ଶିକ୍ଷାନୁଷ୍ଠାନରେ ଦୀର୍ଘ ଅଠରବର୍ଷର ଅନବର୍ତ୍ତ ପ୍ରଚେଷ୍ଟାକୁ ଭୁୟଶୀ ପ୍ରଶଂସା କରିଥିଲେ । ଏଥିରେ ସଂକେତ ଅନୁଷ୍ଠାନର ମୁଖ୍ୟ ବଦ୍ରିନାରାୟଣ ମହାନ୍ତି ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ରଂଜିତ କୁମାର ସାହୁ ବାର୍ଷିକବିବରଣୀ ପାଠକରିଥିଲେ । ଏହି ଅବସରରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବାସହିତ ଉଲେଖନିୟ କାର୍ଯ୍ୟ ପାଇଁ ପୂରଣ ମା ଦୁର୍ଗା ଉତ୍ପାଦିକା ଗୋଷ୍ଟି, କୁଆମଙ୍ଗା ଅଗରବତୀ ଗୋଷ୍ଟି ସିଡ଼ସର ମୁଖ୍ୟ ସତ୍ୟବ୍ରତ ବାଇ, ବ୍ଲକ ପ୍ରକଳ୍ପ ସଂଯୋଜକ ଶଶାଙ୍କ ଶେଖର ସ୍ୱାଇଁ ଓ ବ୍ଲକ ପ୍ରକଳ୍ପ ପରିଚାଳିକା ଲିପିକା ଷଡ଼ଙ୍ଗୀଙ୍କୁ ଅତିଥିମାନେ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସୌମ୍ୟ ବିଶ୍ୱଜିତ, ବିଜୟଲକ୍ଷ୍ମୀ ରାଉତ, ଦୀକ୍ଷା ମହାନ୍ତି ଓ ସୌମ୍ୟକାନ୍ତ ମଲ୍ଲିକ ଓଡିଶୀ ସଂଗୀତ ଗାନକରି ଉପସ୍ଥିତ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲେ । ସଂକେତ ଅନୁଷ୍ଠାନ ପକ୍ଷରୁ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅନୁଷ୍ଠାନରୁ କୃତିତ୍ୱ ଅର୍ଜନ କରି ଦାୟୁଦ ଅଲ୍ଲୀ ଖାଁ, ପ୍ରମୋଦ ସାହୁ, ସନ୍ଦୀପ ସାହୁ, ଶୁଭଙ୍କର ବେହେରା, ରମାକାନ୍ତ ସାହୁ, ପ୍ରତାପ ପଟ୍ଟନାୟକ ପ୍ରମୁଖ ଶିଳ୍ପଦ୍ୟୋଗୀ ଓ ବିଭିନ୍ନ ଖେଳକୁଦରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ପୁରସ୍କାର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଂକେତ ଶିକ୍ଷାନୁଷ୍ଠାନର ବୈଷୟିକ ନିର୍ଦେଶକ ବିରଞ୍ଚିନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଲୋକ ଦାଶ, ବିଜୟ କୁମାର ସାହୁ, ନାରାୟଣ ଦାସ, ବିନୋଦିନୀ ଶତପଥୀ, ବିଶ୍ୱରୁପା ଦାସ, ପୂଜାରାଣୀ ମଲ୍ଲିକ, ଶୁଭଲକ୍ଷ୍ମୀ ମହାପାତ୍ର, ସତ୍ୟଜିତ ବିଶ୍ୱାଳ ସୁବ୍ରତ ଶର୍ମା, ଶରତ ପରିଡା, ରାଜେଶ ସାହୁ, ସାମ୍ବାଦିକ ପ୍ରଦୀପ୍ତ ନାୟକ ପ୍ରମୁଖ ସୁଚାରୁରୂପେ ସମସ୍ତ ପ୍ରକାର ସହାୟତା କରିଥିଲେ ।