ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା

ବ୍ୟାସନଗର : ଯାଜପୁର ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମିଶନ ଶିକ୍ଷଣ ସାମଗ୍ରୀ ମେଳାକୁ ଯାଜପୁର ସାଂସଦ ଡ ରବିନ୍ଦ୍ର କୁମାର ବେହେରା ଉଦଘାଟନ କରିଥିଲେ। ନୂତନ ଶିକ୍ଷା ନୀତି ପ୍ରଣୟନରେ ଜଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁମିକା ଓ ଉଦ୍ୟମକୁ ପ୍ରଶଂସା କରିଥିଲେ। ନୂତନ ଶିକ୍ଷା ବ୍ୟବସ୍ଥାରେ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ଆବଶ୍ୟକତା ଉପରେ ପରାମର୍ଶ ଦେଇଥିଲେ । ମଞ୍ଚାସୀନ ଅତିଥି ତଳଗଡ ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ତୋଷ କୁମାର ସ୍ବାଇଁ , ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ୍, ଡାଏଟ ଅଧ୍ୟକ୍ଷା ନିବେଦିତା ଗୁରୁ, କୋରେଇ ବ୍ଲକ୍ ଶିକ୍ଷା ଅଧିକାରୀ ସୁଦର୍ଶନ ମଲ୍ଲିକ, ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ଦାନଗଦି ବ୍ଲକ୍ ଶିକ୍ଷା ଅଧିକାରୀ ସୁଭ୍ରାଂଶୁ ପୁହାଣ, ବରି ବ୍ଲକ୍ ଶିକ୍ଷା ଅଧିକାରୀ ଭିକାରୀ ଚରଣ କବି, ସହ ଶିକ୍ଷା ଅଧିକାରୀ ନିର୍ମଳ କୁମାର ଜେନା, ଅଜିତ କୁମାର ଜେନା, ବିଜୟ କୁମାର ମଲ୍ଲିକ, ମମିତା ମହାନ୍ତି, ଜଳଧର ଖଟୁଆ, ସେଖ୍ ନିଜାମୁଦ୍ଦିନ୍, ଅରୁଣ କୁମାର ସେଠୀ, ଶିକ୍ଷା ସଂଯୋଜକ ରାଜେସ କୁମାର କର ମହାପାତ୍ର ପ୍ରମୁଖ ନୂତନ ଶିକ୍ଷା ନୀତି ୨୦୨୦ ରେ ଶିକ୍ଷଣ ସାମଗ୍ରୀର ଉପାଦେୟତା ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଯାଜପୁର ଜିଲ୍ଲାର ଦଶ ଗୋଟି ବ୍ଲକ୍ ଓ ପ୍ରୟୋଗଶାଳା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବ୍ଲକ୍ ରେ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ଶିକ୍ଷଣ ସାମଗ୍ରୀ ଗୁଡ଼ିକୁ ଏଠାରେ ପ୍ରଦର୍ଶନ କରି ଶିକ୍ଷା ଦାନ କ୍ଷେତ୍ରରେ ଏହାର ପ୍ରୟୋଗ ଓ କୁନି କୁନି ପିଲାମାନେ ଏହା ମାଧ୍ୟମରେ କିପରି ଆଗ୍ରହର ସହ ପାଠକୁ କିପର ସହଜରେ ଗ୍ରହଣ କରିବେ ସମସ୍ତ ଙ୍କୁ ବୁଝାଇ ଥିଲେ । ସ୍ଥାନୀୟ ଅଭିଭାବକ, ଜନସାଧାରଣ ଓ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ଶିକ୍ଷଣ ସାମଗ୍ରୀ ଗୁଡିକର ପ୍ରୟୋଗ ବିଷୟରେ ଜାଣି ପ୍ରଶଂସା କରିଥିଲେ।  ଡାଏଟ୍ ର ବିଜୟ କୁମାର ଧଳ, ପ୍ରତାପ ଚନ୍ଦ୍ର ଜେନା, ସୁଶାନ୍ତ କୁମାର ନାୟକ, ପ୍ରଭାତ କୁମାର ନାୟକ, କ୍ରୀଷ୍ଣା ଗୈତମି ନାଥ, ଇତିଶ୍ରୀ ବିଶ୍ଵାଳ, ନିଳୀମା ପ୍ରୀୟଦର୍ଶନୀ ଦାଶ, ଗୀତାଞ୍ଜଳୀ ସେଠି, ଲିଲିମା ସାହୁ, ତପସ୍ୱୀନି ନାୟକ, ଲୋପାମୁଦ୍ରା ମିଶ୍ର, ଲିଙ୍ଗରାଜ ପ୍ରହରାଜ, ଦିଲ୍ଲୀପ କୁମାର ରଣା, ସ୍ବରାଜ ପାଣି, ଶିଦ୍ଧାର୍ଥ କୁମାର ସାହୁ, ପ୍ରତାପ କୁମାର ଦାସ, ସନ୍ତୋଷ କୁମାର ସାହୁ, ଶିବ ପ୍ରସାଦ ମୁଖି ପ୍ରମୁଖ ସହଯୋଗ କରିଥିଲେ । ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ନିପୁଣ ଓଡିଶା ମିଶନର ଗାଇଡ ଲାଇନ ପୁସ୍ତିକା ଓ  ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଅଧ୍ୟକ୍ଷା ନିବେଦିତା ଗୁରୁ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ସି ଆର ସି, ବି ଇ ଓ, ଏ ବି ଇ ଓ, ଡାଏଟ୍ ର ସମସ୍ତ କର୍ମଚାରୀ, ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.

two × four =