ବ୍ୟାସନଗର : ଯାଜପୁର ରୋଡ ବା ବ୍ୟାସନଗର ସହର ସ୍ଥିତ ମେନ୍ ରୋଡ ରେ ଥିବା ହୋଟେଲ ଯଯାତିରେ ଆଜି ଏସିସି ଓ ଅମ୍ବୁଜା ସିମେଣ୍ଟ କମ୍ପାନୀ ତରଫରୁ ରାଜ୍ୟର ସମସ୍ତ ଡିଲର ମାନଙ୍କୁ ନେଇ ବିଭିନ୍ନ ଜିଲ୍ଲାରେ ଏକ ରିୱାର୍ଡ କନେକ୍ଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରାଜ୍ୟର ସମସ୍ତ ଜିଲ୍ଲା ଗୁଡିକରେ ଅନୁଷ୍ଠିତ ହେଉଥିବାବେଳେ ଆଜି ଯାଜପୁର ଜିଲ୍ଲା ତରଫରୁ ମଧ୍ୟ ଏକ ରିୱାର୍ଡ କନେକ୍ଟ ଉତ୍ସବ ହୋଟେଲ ଯଯାତିରେ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ଉତ୍ସବରେ କମ୍ପାନୀ ତରଫରୁ ଓଡ଼ିଶାର ଟେକ୍ନିକାଲ ହେଡ଼ ସୁଦୀପ୍ତ ବୋଷ, ଏରିଆ ମୂଖ୍ୟ ସଞ୍ଜିତ କୁମାର ନନ୍ଦ ଓ ସି.ଡି.ଏମ ମୂଖ୍ୟ ସାଗର ପାଣିଗ୍ରାହୀ ପ୍ରମୁଖ ଅତିଥି ମାନେ ଯୋଗଦେଇ ଏସିସି ଓ ଅମ୍ବୁଜା କମ୍ପାନୀର କାର୍ଯ୍ୟକାରିତା ଓ ବିଷୟରେ ବୁଝାଇଥିଲେ l ଏବଂ କମ୍ପାନୀ ସହିତ ଓଡ଼ିଶାର ସମସ୍ତ ଡିଲର ଓ କଣ୍ଟ୍ରାକ୍ଟର ମାନଙ୍କୁ କିପରି ପରସ୍ପର ମଧ୍ୟରେ ଏକତା ଭାଇଚାରା ବଜାୟ ରଖା ଯାଇପାରିବ ଓ ବ୍ୟବସାୟକୁ ଆଗକୁ ନିଆ ଯାଇପାରିବ ଏନେଇ ପୁଙ୍ଖାନୁପୁଙ୍କ ଭାବେ ବୁଝାଇଥିଲେ l ଅନୁଷ୍ଠିତ ଉତ୍ସବଟି ଯାଜପୁର ଜିଲ୍ଲା ଟେକ୍ନିକାଲ ମୂଖ୍ୟ ରତନ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲାର ୫ ଜଣ ଡିଲର ଦୁଦୀପ୍ତ ମିଶ୍ର, ସୁବୋଧ ଜେନା, ଅଜିତ ରାଉତ, ପ୍ରଫୁଲ୍ଲ ଦାସ ଓ ଗୁଡ଼ୁ ପତିଙ୍କ ସମେତ ୨ ଶହରୁ ଉର୍ଦ୍ଧ କଣ୍ଟ୍ରାକ୍ଟର ଯୋଗଦେଇଥିଲେ । ଉକ୍ତ ଉତ୍ସବରେ ସମସ୍ତ କଣ୍ଟ୍ରାକ୍ଟର ମାନଙ୍କୁ ଟିଭି, ଫ୍ରିଜ, ୱାସିଂ ମେସିନ, ଘଣ୍ଟା, ମୋବାଇଲ, ପ୍ରେସର କୁକର ଓ ଆଇରନ ଭଳି ବିଭିନ୍ନ ପ୍ରକାରର ଉପହାର ପ୍ରଦାନ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ କଳାକାରଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା l