କାଲିମେଳା ମଣ୍ଡି ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ

କାଲିମେଳା : କାଲିମେଳା ମଣ୍ଡି ରେ ଧାନ ନ ଉଠୁ ଥିବାରୁ ରାଗିଗଲେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ। ମିଳିତ ଭାବେ ପରିଦର୍ଶନ କଲେ କାଲିମେଳା ରେ ଥିବା ମଣ୍ଡି । ମଣ୍ଡି ରେ ଆସି ଜାଣିବାକୁ ପାଇଲେ ଦୁଇ ଥର ମଣ୍ଡି ସରିଲେ ମଧ୍ୟ ପରଚେସ ହୋଇନଥିଲା ଧାନ। ସଙ୍ଗେ ସଙ୍ଗେ ଲେମ୍ପସ ର ଏମ.ଡି ଚନ୍ଦନ ମାଦଳା ଙ୍କୁ ନିର୍ଦେଶ ପରେ ଚାଷୀ ଙ୍କ ଠାରୁ କିଣା ଗଲା ଧାନ। ଏହି ସମୟ ରେ ଚାଷୀ ମଧୁସୂଦନ ମାଡ଼ି, ଦେବାଶିଷ ହାଲଦାର, ଦୁଲାଲ ବାଲା,ରାମା କବାସି,ସଞ୍ଜିତା ଭଳି ଅନେକ ଚାଷୀ ଙ୍କ ଅଭିଯୋଗ କ୍ରମେ ୬ କେଜି ନ କଟାଯାଇ ଚାଷୀ ଙ୍କ ମତାମତ ରେ ୩ କେଜି ଲେଖାଏଁ କଟାଯିବା କଥା ମାନିଲେ ଅତିରିକ୍ତ ଜିଲ୍ଲାପାଳ ଏହା ସଙ୍ଗେ ସଙ୍ଗେ ଏମ.ଆଇ ଚିନ୍ମୟ ସାହୁ ଙ୍କୁ ନିର୍ଦ୍ଦେଶ ପରେ ଦୁଇ ଦିନ ମଧ୍ୟରେ ମଣ୍ଡି ରେ ପଡିଥିବା ୫୫୦୦କୁଣ୍ଟାଲ ଧାନ କୁ ଉଠାଯିବ ବୋଲି ଏମ.ଆଇ କହିଥିଲେ। ଦଲାଲ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏହି ସଭା ରେ ଉପସ୍ଥିତ ଅଫିସର ମାନେ। ମଣ୍ଡି ରେ ପରଚେସ ଆଗରେ ମିଲର ଆସି ଡିସାଇଟ କରିପାରିବେ ନାହିଁ ବୋଲି କଡ଼ା ଭାଷାରେ ଏମ.ଆଇ ଙ୍କୁ ବୁଝାଇଲେ ଅତିରିକ୍ତ ଜିଲ୍ଲାପାଳ। ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ,ଏ.ଆର.ସି.ଏସ ଟି.ଶବର, ଆର.ଏମ.ସି ସେକ୍ରେଟାରୀ,ଡି.ଏଲ.ପି.ସି ମେମ୍ବର ଲକ୍ଷ୍ମୀକାନ୍ତ ତ୍ରିପାଠୀ, କାଲିମେଳା ଏମ୍.ଆଇ ଚିନ୍ମୟ ସାହୁ, ଯୋଗାଣ ସହାୟକ ପ୍ରତାପ ପତି, ଲେମ୍ପସ ଏମ.ଡି ଚନ୍ଦନ ମାଦଳା,ଡିଇଓ ପଙ୍କଜ, ମଣ୍ଡି ଇନଚାଜ ଦିଲିପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

five × 3 =