ଚମ୍ପୁଆ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ (୨.୦), ବିକାଶର ଆଉ ଏକ ସୋପାନର ଶୁଭାରମ୍ଭ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପରିସରରେ ଆଜି ସମ୍ପୂର୍ଣ୍ଣତା ଅଭିଯାନ (୨.୦) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ସମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବିଡ଼ିଓ ସ୍ମୃତି ରଞ୍ଜନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାୟକ, ଉପାଧ୍ୟକ୍ଷା, ସାଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂ, ପାଟଣା ଵିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ, ଚମ୍ପୁଆ ବିଧାୟକ ପ୍ରତିନିଧି –, ଜିଲ୍ଲା ପରିଷଦ ସଭ୍ୟା ରମଣୀ ନାଏକ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଓମପ୍ରକାଶ ଵାରିକ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ବିକଶିତ ଭାରତ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିକଶିତ ଓଡ଼ିଶା ଲକ୍ଷକୁ ହାସଲ କରିବା ପାଇଁ ଅନଗ୍ରସର ଜିଲ୍ଲା ମାନଙ୍କରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣତା ଦିଗରେ ଆଗେଇ ନେବାପାଇଁ ଏହି ୩ମାସର ଅଭିଯାନ ଅର୍ଥାତ୍ ଜାନୁଆରୀ ୨୮ରୁ ଆରମ୍ଭ ହୋଇ ୧୪ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ସମସ୍ତଙ୍କ ସହଭାଗିତାରେ ସମ୍ପୂର୍ଣ୍ଣତା ଅଭିଯାନ,ଯାହାକି ବିକାଶର ଆଉ ଏକ ସୋପାନ ଲକ୍ଷକୁ ହାସଲ କରିବା ପାଇଁ ସମସ୍ତଙ୍କ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ମଞ୍ଚାସୀନ ଅତିଥି ମାନେ ।  ସ୍ମରଣଯୋଗ୍ୟ କି ଏହି ସମ୍ପୂର୍ଣ୍ଣତା ଅଭିଯାନ ୨.୦ରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଅଂଶ ରୂପେ ୧୨୨ଟି ଜିଲ୍ଲାରେ  ୫ଟି ସୂଚକ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ  ୫୧୩ଟି ବ୍ଲକରେ  ୬ଟି ସୂଚକାଙ୍କ ଉପରେ ଜାତୀୟସ୍ତରୀୟ କାର୍ଯ୍ୟ ହେବ ।ଏହି ଅଭିଯାନର ମୁଖ୍ୟ ସୂଚକ ହେଉଛି ସ୍ଵାସ୍ଥ୍ୟ ଓ ପୁଷ୍ଟି,କୃଷି ଓ ଜଳସେଚନ , ଶିକ୍ଷା, ସ୍ଵାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କୁ ସୁନିଶ୍ଚିତ କରିବା । ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଶୈ |ଚାଳୟ, ପାନୀୟଜଳ ଓ ପୁଷ୍ଟିକର ଖାଦ୍ୟ ଯୋଗାଣକୁ ତ୍ୱରାନ୍ୱିତ କରିବା, ଏବଂ ଅନ୍ୟାନ୍ୟ ସୂଚକାଙ୍କ ଉପରେ ଶତପ୍ରତିଶତ ସଫଳତା ହାସଲ କରିବା ପାଇଁ ସମସ୍ତଙ୍କ ସହଯୋଗରେ ନିର୍ଦ୍ଧାରିତ ସମୟ ମଧ୍ୟରେ ହାସଲ କରିବା ପାଇଁ ଅତିଥି ମାନେ ଗୁରୁତ୍ଵାରୋପ କରିଥିଲେ ।ବିକାଶ ଏକ ନିରନ୍ତର ପ୍ରକ୍ରିୟା,ଏହା ଆଗେଇ ଚାଲିଛି କିନ୍ତୁ ଏହି ୬ଟି ସୂଚକାଙ୍କ ଉପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ହାସଲ କରିବାକୁ ପଡିବ । ବିଭିନ୍ନ ବିଭାଗର ଅଧିକାରୀ ମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବା ସହ ସଫଳତା କାହାଣୀ ସଂଗ୍ରହ କରିବେ । ଏଥିସହ ଆଜି ଉପସ୍ଥିତ ଥିବା ସ୍ଥାନୀୟ ଲୋକ ପ୍ରତିନିଧି,ନେତା, ସ୍ଵୟଂ ସହାୟକ ଗୋଷ୍ଠୀର ମାଆମାନେ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ କର୍ମଚାରୀ ମାନଙ୍କ ମିଳିତ ଅଭ୍ୟାସ, ପ୍ରୋତ୍ସାହନ ଏବଂ ପ୍ରତିମାସରେ ଅଗ୍ରଗତିର   ରିପୋର୍ଟ ପ୍ରଦାନ କରିବେ । ୧୪ ଏପ୍ରିଲ ବି,ଆର.ଆମ୍ଵେଦକର ଜୟନ୍ତୀର ସମ୍ପୂର୍ଣ୍ଣତା ଅଭିଯାନ ୨.୦ ରେ ସର୍ବୋତ୍ତମ ଲକ୍ଷ ହାସଲ କାରୀଙ୍କ ପାଇଁ ପୁରସ୍କାର ପ୍ରଦାନ ସହ ଏହି ଅଭିଯାନର ସମାପ୍ତି ଘୋଷଣା କରାଯିବ ।

Leave A Reply

Your email address will not be published.

nine + seventeen =