କରେନାରେ ବିଧାୟକଙ୍କ ମୃତ୍ୟୁ

ଚେନ୍ନାଇ, ୧୦ ।୦୬(ଏଜେନ୍ସି) : କରୋନା ଭୂତାଣୁରେ ଆକ୍ରାନ୍ତ ତାମିଲନାଡୁର ଡିଏମ୍କେ ବିଧାୟକ ଜେ.ଆନବାଝାଗନଙ୍କର ମୃତ୍ୟୁ ଘଟିଛି । ନିଜ ଜନ୍ମଦିନରେ ବିଧାୟକ ଜଣକ ଆରପାରିକୁ ଚାଲିଯାଇଛନ୍ତି । ଏ ନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାକୁ ନେଇ ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
୬୨ ବର୍ଷୀୟ ଆନବାଝାଗନ କରୋନାରେ ଆକ୍ରାନ୍ତ ହେବା ପରେ ଗତ ୨ ତାରିଖରେ ତାଙ୍କୁ ଡ.ରେଲା ଇନଷ୍ଟିଟ୍ୟୁଟ ଆଣ୍ଡ ମେଡିକାଲ ସେଂଟରରେ ଭର୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିଲା । ସେ ତିରୁଭାଲିକେନି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୦୧ରେ ଟି.ନାଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ଚେପକ-ତିରୁଭାଲିକେନି ଆସନରୁ ୨୦୧୧ ଏବଂ ୨୦୧୬ରେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.

5 + 6 =