ବସ୍ କର୍ମଚାରୀଙ୍କୁ ସହାୟତା କଲେ ବିଜେପି ନେତା

ଯାଜପୁର,୧୦ ।୦୬(ନି.ପ୍ର.): ସାରା ବିଶ୍ୱରେ ମାହାମରୀ କରୋନା ଯୋଗୁ ଆତଙ୍କ ଖେଳି ଯାଇଥିବା ବେଳେ ଭାରତରେ କରୋନାର ପ୍ରଭାବ ଯୋଗୁ ସରକାରଙ୍କ ଲକ ଡାଉନ ଓ ସଟ୍ ଡାଉନ ପ୍ରଭାବରେ ଅର୍ଥ ନିତିକୁ ଦୃର୍ବଳ କରିଦେଇଥିବାବେଳେ ଓଡିଶାରେ ଦୀର୍ଘ ୨ ମାସରୁ ଉର୍ଦ୍ଧ ହେବ ବସ ଚଳାଚଳ ବନ୍ଦ ଥିବାରୁ ଏହାର ପ୍ରଭାବରେ ବରୀରେ ଘରୋଇ ବସ ଡ୍ରାଇଭର,କଣ୍ଡକଟର ଓ ହେଲପରମାନେ ସିଧାସଳଖ ଭାବେ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରଭାବିତ ଲୋକମାନଙ୍କୁ ସହାୟତା ଦେଉଥିବାବେଳେ ଏମାନଙ୍କ କଥା ସମସ୍ତେ ଭୁଲିଯାଇଥିଲେ । ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରକାଶ ପାଇଲା ପରେ ମା’ଜାଗୁଳାଇ ବସ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଭାଇରାଲ ହୋଇଥିଲା । ଏହି ଖବର ପାଇ ବିଜେପି ନେତା ବିଶ୍ୱ ରଂଜନ ମଲ୍ଲିକ ସଂଘର କର୍ମ କର୍ତାମାନଙ୍କ ସହିତ ଆଲୋଚନା କରିଥିଲେ । କୃପାସିନ୍ଧୁ ବିଦ୍ୟା ଭବନ ଖେଳ ପଡିଆଠାରେ ପ୍ରଥମେ ସଂଘର କର୍ମକର୍ତାମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ବିଷୟରେ ଉଚ୍ଚ କର୍ତୁପକ୍ଷଙ୍କ ସହିତ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବରୀ ନିର୍ବାଚନ ମଣ୍ଡଳୀର ଡ୍ରାଇଭର,କଣ୍ଡକଟର ଓ ହେଲପର ମାନଙ୍କୁ ସୁଖିଲା ଖାଦ୍ୟର ପୁଡିଆ ବଂଟନ କରିଥିଲେ । ଅନ୍ୟମାଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁବାଶିନି ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଂଜ,ସରପଂଚ ବିଜୟ କିଶୋର ସାହାଣି, ପ୍ରାକ୍ତନ ସରପଂଚ ଦିଲ୍ଲିପ ମହାନ୍ତି ଓ ସମିତ ସଭ୍ୟ ପ୍ରଣବ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 − seven =