ଆନ୍ତର୍ଜାତିକ ଯୋଗ ଦିବସ ଦୂରଦର୍ଶନର ଆଗୁଆ ପ୍ରସ୍ତୁତି

ନୂଆଦିଲ୍ଲୀ,୧୦.୬ (ଏଜେନ୍ସି): ଆୟୁଷ ମନ୍ତ୍ରଣାଳୟ ଓ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ଅନ୍ୟବହିତ ପୂର୍ବରୁ ଦୂରଦର୍ଶନ ଏକ ପ୍ରାକ ପ୍ରସ୍ତୁତି କାର୍ଯ୍ୟକ୍ରମ ପ୍ରସାରଣର ଆୟୋଜନ କରୁଛି । ୧୦ ତାରିଖ ଦିନ ଦୂରଦର୍ଶନ ସମାଚାର ପକ୍ଷରୁ ସନ୍ଧ୍ୟା ୭ଟାରୁ ୮ ମଧ୍ୟରେ ଏହା ପ୍ରସାରିତ ହେବ । ଏହା ମଧ୍ୟ ଆୟୁଷ ମନ୍ତ୍ରଣାଳୟ ଫେସ୍ବୁକ ପୃଷ୍ଠାରେ ଉପଲବ୍ଧ ହେବ । ଆସନ୍ତା ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପଡୁଥିବା ବେଳେ ୧୦ ଦିନଆ କାଉଂଟ ଡାଉନ କାର୍ଯକ୍ରମ ପ୍ରସାରଣ କରାଯିବ । କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ, ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଏବଂ ଭାରତୀୟ ସାଂସ୍କତିକ ସମ୍ପର୍କ ପରିଷଦ ସଭାପତି ଡଃ ବିନୟ ସହସ୍ରବୁଦେ୍ଧ ଏହି ଅବସରରେ ରାଷ୍ଟ୍ର ଉଦେ୍ଧଶ୍ୟରେ ଉଦ୍ବୋଧନ ଦେବେ । ଆୟୁଷ ମନ୍ତ୍ରଣାଳୟ ସଚିବ ବୈଦ୍ୟ ରାଜେଶ କୋଟଚା ମଧ୍ୟ ଏଥିରେ ଉପସ୍ଥିତ ରହିବେ । ଚଳିତ ବର୍ଷ କୋଭିଡ-୧୯ ବିଶ୍ୱ ମହାମାରୀ ଯୋଗୁଁ ଏବର୍ଷର ଆନ୍ତର୍ଜାତିକ ଯୋଗ ଦିବସକୁ ଅନଲାଇନରେ ପାଳନ କରିବାକୁ ଆନ୍ତର୍ଜାତିକ ସ୍ତରରେ ସ୍ଥିର ହୋଇଛି । କରୋନା ଭୂତାଣୁର ଭୟଙ୍କର ସଂକ୍ରମଣ ସ୍ଥିତି ଯୋଗୁଁ ଜନସାଧାରଣ ନିଜ ଘରେ ଯୋଗାଭ୍ୟାସ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ପ୍ରାକ ପ୍ରସ୍ତୁତି ପ୍ରସାରଣ ପରେ ଜୁନ୍ ୧୧ରୁ ୨୦ ତାରିଖ ମଧ୍ୟରେ ଡିଡି ଭାରତୀ ଓ ଡିଡି ସ୍ପୋର୍ଟ୍ସରେ ସକାଳ ୮ ଟାରୁ ୮.୩୦ ପର୍ଯ୍ୟନ୍ତ ଏକ ଯୋଗ ତାଲିମ ଅଧିବେଶନ ପ୍ରସାରିତ ହେବ । ନୂଆଦିଲ୍ଲୀ ସ୍ଥିତ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ପକ୍ଷରୁ ଏହା ପରିଚାଳନା କରାଯିବ । ଯୋଗ ଗୁରୁ ସ୍ୱାମୀ ରାମଦେବ, ଶ୍ରୀ ଶ୍ରୀ ରବି ଶଙ୍କର କମଳେଶ ପଟେଲ ସିଷ୍ଟର ଶିବାନୀ ଏବଂ ସ୍ୱାମୀ ଭରତ ଭୂଷଣ ଜୀବନରେ ଯୋଗର ଗୁରୁତ୍ୱ, ରୋଗ ପ୍ରତିଷେଧକ ଓ ମାନସିକ ସ୍ୱାସ୍ଥ୍ୟ ବୃଦ୍ଧିରେ ଯୋଗର ଭୂମିକା ନେଇ ଉପଦେଶ ଦେବେ । ମନ୍ତ୍ରଣାଳୟ ଅଧିକାରୀଗଣ ଘରେ ଯୋଗ ଅଭ୍ୟାସ ନେଇ କେତେକ ତଥ୍ୟ ପ୍ରଦାନ କରିବେ । ଚଳିତବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ସଂକ୍ରାମକ ରୋଗ କରୋନା ଭୟାବହତା ମଧ୍ୟରେ ପଡିଛି ଓ ଏହି ସମୟରେ ଯୋଗର ଉପାଦେୟତା ଖୁବ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱବ୍ୟାପୀ ଯୋଗ ଅନୁଗାମୀମାନେ ୨୧ ଜୁନ୍ ସକାଳ ୭ ବେଳେ ନିଜ ନିଜ ଘରେ ଏହାର ଅଭ୍ୟାସ କରି ଯୋଗକୁ ଅଧିକ ପ୍ରୋତ୍ସାହିତ କରିବେ

Leave A Reply

Your email address will not be published.

15 + four =