କୋରାପୁଟ – କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି । ଜୁଲାଇ ୬ରୁ ୨୭ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ପରୀକ୍ଷା ହେବ । ପରୀକ୍ଷାର୍ଥ ଘରେ ରହି ଏହି ପରୀକ୍ଷା ଦେବେ । ପରୀକ୍ଷା ଆରମ୍ଭ ହେବାର ୧ ଘଂଟା ପୂର୍ବରୁ ଗୁଗୁଲ ଫର୍ମସ, ହ୍ୱାଟସଆପ, ଇ-ମେଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ନିକଟକୁ ପ୍ରଶ୍ନପତ୍ର ପଠା ଯିବ । ପରୀକ୍ଷାର୍ଥୀ ମାନଙ୍କୁ ଫୋନରେ ପ୍ରଶ୍ନ ଡକାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ପରୀକ୍ଷାର ଅବଧି ତିନିଘଂଟା ରହିଛି । ଉତା ଲେଖି ସରିବା ପରେ ଛାତ୍ରଛାତ୍ରୀ ମାନେ ପ୍ରତ୍ୟେକ ପୃଷ୍ଠାର ଫଟୋ କିମ୍ବା ସ୍କାନ କରି ୧ ଘଂଟା ମଧ୍ୟରେ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ପଠାଯିବ । ଯଦି ଉତର ଖାତା ସେହିପରି ପଠାଯାଇ ନ ପାରିଲା ତେବେ ସ୍ପିଡ ପୋଷ୍ଟ ମାଧ୍ୟମରେ ଛାତ୍ରଛାତ୍ରୀ ପଠାଇ ପାରିବେ ।