୪ ଦିନରେ ଡିଜେଲ ୨ ଟଙ୍କା ୨୨ ଓ ପେଟ୍ରୋଲ ୨ଟଙ୍କା ୧୯ ପଇସା ବଡିଛି

ଭୁବନେଶ୍ୱର,୧୧.୬(ନି.ପ୍ର.): କ୍ରମାଗତ ଭାବେ ୪ର୍ଥ ଦିନ ପାଇଁ ପୁଣି ପେଟ୍ରୋଲ ଓ ଡ଼ିଜେଲ ଦରବୃଦ୍ଧି ପାଇଛି । ମଙ୍ଗଳବାର ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଲିଟର ପିଛା ପଇସା ଏବଂ ଡିଜେଲ ୫୭ ପଇସା ବଢିବା ପରେ ଗୁଧବାର ପେଟ୍ରୋଲ ଲିଟର ପିଛା ୪୧ ପଇସା ଏବଂ ଡିଜେଲ ୪୫ ପଇସା ବଢିଛି । ଏହାଫଳରେ କ୍ରମାଗତ ଭାବେ ଚାରି ଦିନରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୧୯ ପଇସା ବୃଦ୍ଧି ଘଟିଥିବା ଜଣାଯାଇଛି । ସେହିଭଳି ଏହି ଚାରି ଦିନରେ ଡିଜେଲ ମୂଲ୍ୟରେ ଲିଟର ପିଛା ୨ଟଙ୍କା ୨୨ ପଇସା ବୃଦ୍ଧି ହୋଇଛି । ବୁଧବାର ଭୁବନେଶ୍ୱର ପେଟ୍ରୋଲ ଲିଟର ପିଛା ୭୩ ଟଙ୍କା ୪୭ ପିସାରୁ ୭୩ ଟଙ୍କା ୮୮ ପଇସା ଏବଂ ଡିଜେଲ ୬୯ ଟଙ୍କା ୪୭ ପଇସାରୁ ୬୯ ଟଙ୍କା ୯୨ ପଇସାକୁ ବୃଦ୍ଧି ଘଟିଥିବା ଜଣାଯାଇଛି । ସେହିଭଳି ନୂଆଦିଲ୍ଲୀରେ ବୁଧବାର ପେଟ୍ରୋଲ ଲିଟର ପିଛା ୪୦ ପଇସା ବ୍ୟଦ୍ଧି ଘଟି ୭୩ ଟଙ୍କାରୁ ୭୩ ଟଙ୍କା ୪୦ ପଇସାକୁ ଏବଂ ଡିଜେଲ ୭୧ ଟଙ୍କା ୧୭ ପଇସାରୁ ୭୧ ଟଙ୍କା ୬୨ ପଇସାକୁ ବୃଦ୍ଧି ଘଟିଛି ।

Leave A Reply

Your email address will not be published.

one × three =