ପାଟନା,୧୨ ।୦୬(ଏଜେନ୍ସି): ନୂଆ ମ୍ୟାପକୁ ନେଇ ଭାରତ ଓ ନେପାଳ ମଧ୍ୟରେ ତିକ୍ତତା ବଢିଚାଲିଥିବା ବେଳେ ଆଜି ହଠାତ୍ ବିହାରର ସୀତାମାଢି ସଂଲଗ୍ନ ନେପାଳ ସୀମାନ୍ତରେ ଗୁଳିକାଣ୍ଡ ଘଟି ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଗୁୁଳିକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ସୀମା ଆରପଟୁୁ ହଠାତ୍ ନେପାଳ ପୁଲିସ ଓ ସେନାବାହିନୀ ପକ୍ଷରୁ ଆଖିବୁଜା ଗୁଳିମାଡ ହୋଇଥିଲା । ମୋହବା ଗାଁରେ ଆଜି ମଧ୍ୟାହ୍ନରେ ହଠାତ ଗୁଳିମାଡ ହେବାରୁ ଲୋକମାନେ ଆତଙ୍କିତ ହୋଇପଡିଥିଲେ । ସଶସ୍ତ୍ର ସୀମା ସୁରକ୍ଷାବାହିନୀ ବିହାର ସେକ୍ଟର ଆଇଜି କହିଛନ୍ତି, ଆଜି ଭାରତ-ନେପାଳ ସୀମାରେ ଗୁଳିମାଡ ହୋଇଛି । ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ପରେ ସ୍ଥାନୀୟ ପ୍ରଶାସନ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିଛି । ଆମେ ବି ପୁରା ସ୍ଥିତି ଉପରେ ନଜର ରଖିଛୁ । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ନେପାଳ ସେନା ଜଣେ ଭାରତୀୟଙ୍କୁ ଅପହରଣ କରିନେଇଛି । ହେଲେ ଆମେ ଏହାର କୌଣସି ଠୋସ ପ୍ରମାଣ ପାଇନାହୁଁ । ବିଏସଏଫ ଓ ବିହାର ପୋଲିସ ଘଟଣା ସମ୍ପର୍କରେ ଅନୁଧ୍ୟାନ ଜାରି ରଖିଥିବା ବେଳେ ଗୁଳିମାଡ ଘଟଣା ଭାରତ ନେପାଳ ସମ୍ପର୍କକୁ ଆହୁରି ତିକ୍ତ କରି ଦେଇଛି ।