ସପ୍ତାହକ ମଧ୍ୟରେ ପେଟ୍ରୋଲ ୩.୯୦ ଓ ଡିଜେଲ ୪ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୧୩ ।୦୬(ଏଜେନ୍ସି): କ୍ରମାଗତ ସପ୍ତାହକ ପାଇଁ ପେଟ୍ରୋଲ ଲିଟର ପିଛା ୫୯ ପଇସା ଓ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି । ଫଳରେ ଗତ ୭ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩.୯୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲର ମୂଲ୍ୟ ୪ ଟଙ୍କା ବୃଦ୍ଧି ପାଇଛି । ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୫.୧୬ ପଇସା ଓ ଡିଜେଲ ଲିଟର ପିଛା ୭୩.୩୯ ପଇସାକୁ ବୃଦ୍ଧି ପାଇଛି ।ସୂଚନାଯୋଗ୍ୟ ଯେ, ଦୀର୍ଘ ୮୨ ଦିନ ଧରି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସ୍ଥିର ରହିବା ପରେ ଗତ ୬ ତାରିଖଠାରୁ ତୈଳ କମ୍ପାନୀଗୁଡ଼ିକ ଦୈନନ୍ଦିନ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରିଚାଲିଛନ୍ତି । ଅନ୍ୟପକ୍ଷରେ ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ମୂଲ୍ୟ ହ୍ରାସ ପାଉଥିବା ବେଳେ ଦେଶରେ ପେଟ୍ରୋଲ ଓ ଡିଜେଲର ଅହେତୁକ ବୃଦ୍ଧି ନେଇ ବିଭିନ୍ନ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।

Leave A Reply

Your email address will not be published.

five × two =