୧୧ ଜିଲ୍ଲା ସଟ୍ଡାଉନ୍ : ଯାଂଚ କଡ଼ାକଡ଼ି

ଭୁବନେଶ୍ୱର,୧୩ ।୦୬(ନି.ପ୍ର.): ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟର ୧୧ଟି ଜିଲ୍ଲାରେ ଆଜି ୨ୟ ଥର ପାଇଁ ୪୮ ଘଂଟିଆ ସଟ୍ଡାଉନ୍ ଲାଗୁ ହୋଇଛି ।
କରୋନା ସଂକ୍ରମଣ ରୋକିବାକୁ ସପ୍ତାହ ଶେଷରେ ଦୁଇ ଦିନରେ ସରକାର ଲଗାଇଛନ୍ତି ଏହି କଟକଣା । ଏହାର ପ୍ରଭାବ ଆଜି ରାଜ୍ୟର ୧୧ ଜିଲ୍ଲାରେ ଦେଖିବାକୁ ମିଳିଛି । ଆଜି ସକାଳୁ ଗାଡ଼ି ଚଳାଚଳ ବନ୍ଦ ରହିଛି । ଏସବୁ ଜିଲ୍ଲାରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ସଟ୍ଡାଉନ ଯୋଗୁ ରାସ୍ତାଘାଟ ଜନଶୂନ୍ୟ ହୋଇ ପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି·ଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଦୁଇଦିନ ଧରି ସଟ୍ଡାଉନ୍ ଘୋଷଣା କରିଥିଲେ । ଚଳିତ ମାସ ଶେଷ ପର୍ଯ୍ୟନ୍ତ ଏହି ଜିଲ୍ଲାଗୁଡ଼ିକରେ ସପ୍ତାହର ଶେଷ ଦୁଇଦିନ ସଟ୍ଡାଉନ୍ ଜାରି ରହିବ ।
ସଟ୍ଡାଉନ୍ କେବଳ ଜରୁରୀ କାଳୀନ ସେବାକୁ ଅନୁମତି ଦିଆଯାଇଥିବା ହେତୁ ସେହି କାମ ଚାଲିଛି । କିନ୍ତୁ ଯେଉଁମାନେ କୌଣସି ଜରୁୀ କାମ ନ ଥାଇ ବାହାରକୁ ବାହାରୁଛନ୍ତି, ସେମାନଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ । ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡ଼ା ଚେକିଂ ·ଲିଥିବାର ଦେଖିବାକୁ ମିଳିଛି । ଲୋକେ ବି ଏହି ସଟ୍ଡାଉନ୍ କଟକଣାକୁ ମାନୁଥିବା କୁହାଯାଉଛି । ବିଶେଷକରି ଆଜିଠାରୁ ରଜପର୍ବ ଆରମ୍ଭ ହେଉଥିବା ହେତୁ ପୋଲିସ ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି ।

Leave A Reply

Your email address will not be published.

10 − two =