ଚକ୍ଷୁ ବିଶେଷଜ୍ଞ ଭାସ୍କର ପାଲଙ୍କ ବିୟୋଗ

ବାରିପଦା,୧୩.୬ (ନି.ପ୍ର.) : ଡାଃ ଭାସ୍କର କୁମାର ପାଲ ଜଣେ ଚକ୍ଷୁ ବିଶେଷଜ୍ଞା ସେ ଆଖି ଡାକ୍ତର ଭାବରେ ବେଶ ସୁନାମ ଅର୍ଜନ କରିଥିଲେ । ସେ ତାଙ୍କର ଚାକିରି କାଳରେ ଓଡିଶାର ବିଭିନ୍ନ ହସପିଟାଲରେ କାର୍ଯ୍ୟକରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ବିଶେଷକରି ମୟୂରଭଞ୍ଜ, ଭଦ୍ରକ, ନୂଆପଡା, ସୁନ୍ଦରଗଡରେ କାର୍ଯ୍ୟ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲୋ ଏହା ସହିତ ସେ ଜଏଂଟ ଡେପୁଟି ଡାଇରେକ୍ଟର ହେଲ୍ଥ, ଜିଲ୍ଲା ମେଲେରିଆ ଅଧିକାରୀ, ଜିଲ୍ଲା ଟ୍ୟୁବରକଲୋସିସ ଅଫିସର ଭାବରେ କାର୍ଯ୍ୟନିର୍ବାହ ମଧ୍ୟ କରିଥିଲେ । ଦୀର୍ଘ ୩୩ ବର୍ଷ କାର୍ଯ୍ୟକଲାପରେ ସେ ୨୦୦୩ ମସିହା ମାର୍ଚ୍ଚ ୩୧ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏ.ଡି.ଏମ.ଓ. ଭାବରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ମଧ୍ୟ ଯଥା ସମ୍ଭବ ରୋଗୀସେବା ଜାରୀ ରଖିଥିଲେ । ବାରିପଦା ବାରୁଣି ରୋଡ ସ୍ଥିତ ନିଜ ବାସ ଭବନରେ ଅବସ୍ଥାନ କରୁଥିବା ବେଳେ ଗତ ତା ୮/୬/୨୦ ରିଖ ରାତିରେ ତାଙ୍କର ଦେହାନ୍ତ ହୋଇଯାଇଥିବାର ଜଣାଯାଇଛି । କରୋନା କଟକଣା ପାଇଁ ଦୁଇପୁଅ ମଧ୍ୟରୁ ତାଙ୍କର ସାନପୁଅ ସୁଦୂର ଅମାନରେ ଥିବାରୁ ଆସିପାରି ନଥିଲୋ ମୃତ୍ୟୁ ସମୟରେ ତାଙ୍କର ସ୍ତ୍ରୀ ପୁଅ ବହୁ, ନାତି, ନାତୁଣି ତଥା ବନ୍ଧୁ ବାନ୍ଧବ ମାନେ ଶେଷ ଦର୍ଶନ କରିଥିବା ବେଳେ ତାଙ୍କର ବଡପୁଅ ସତ୍ୟଜିତ ପାଲ ବାରୁଣି ସ୍ମଶାନ ଘାଟରେ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

3 × five =