ମହିଳାଙ୍କୁ ଏକାଧିକ ସ୍ୱାମୀ ସୁଯୋଗ ମିଳୁ : ଚୀନ୍ ଅର୍ଥନୀତିଜ୍ଞଙ୍କ ଅଦ୍ଭୁତ ପ୍ରସ୍ତାବ

ନୂଆଦିଲ୍ଲୀ,୧୩.୬(ଏଜେନ୍ସି): ଚୀନ୍ରେ ଜନ ସଂଖ୍ୟା ସର୍ବାଧିକ । ଏପରିକି, ଜନସଂଖ୍ୟା ଦୃଷ୍ଟି କୌଣରୁ ଭାରତ ଉପରେ ଏହାର ସ୍ଥାନ ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଯେ ଏହି ଦେଶରେ ଏବେ ମହିଳାଙ୍କ ସଂଖ୍ୟା ଦୃତଗତିରେ କମିବାରେ ଲାଗିଛି । ସେପରି ସ୍ଥଳେ ପୁଅମାନେ ଯୁବାବସ୍ଥାରେ ବିବାହ କରିବାଲାଗି ପାତ୍ରୀ ମିଳୁନାହାନ୍ତି । ଏହା ଏକ ସମସ୍ୟା ହୋଇପଡୁଥିବାରୁ ଚୀନ୍ର ଜଣେ ଅର୍ଥନୀତିଜ୍ଞ ପ୍ରସ୍ତାବ ଦେଇଛନ୍ତି କି ଦେଶର ମହିଳାମାନଙ୍କୁ ଏକାଧିକ ସ୍ୱାମୀ ରଖିବା ପାଇଁ ସୁଯୋଗ ଦିଆଯାଉ । ଫୁଦାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସର ୟୁ କ୍ୱାଙ୍ଗ ଏନଜି ଏ ସମ୍ପର୍କରେ ମତଦେଇ ପ୍ରକାଶ କରିଛନ୍ତି ଯେ ଚୀନ୍ରେ ଏବେ ଝିଅମାନଙ୍କ ସଂଖ୍ୟା କମି କମି ଯାଉଛି । ଏହା ଯୋଗୁ ବହୁ ପୁରୁଷ ବିବାହ କରିବା ପାଇଁ ଝିଅ ଯୋଗାଡ କରିପାରୁନାହାନ୍ତି । ଏକ ଆକଳନ ଅନୁଯାୟୀ, ୨୦୨୦ ମସିହା ସୁଦ୍ଧା ଚୀନ୍ରେ ୩୫ରୁ ୫୯ ବର୍ଷ ଭିତରେ ପୁଅମାନେ (ପ୍ରାୟ ୧୫ ନିୟୁତ) ନିଜ ପାଇଁ ଯୋଗ୍ୟ ପାତ୍ରୀ ନପାଇବା କାରଣରୁ ଅବିବାହିତ ରହିବେ । ୨୦୫୦ ମସିହା ସୁଦ୍ଧା ଏହା ୩୦ ନିୟୁତରେ ପହଂଚିବ । ଏପରି ହେଲେ ସାମାଜିକ ବିଶୃଙ୍ଖଳା ଦେଖାଦେବ । ଯଦି ଏତେ ସଂଖ୍ୟକ ଲୋକ ନିଜର ପ୍ରକୃତି ଏବଂ ମନସ୍ତାତ୍ୱିକ ଆବଶ୍ୟକତା ପୂରଣ କରିବା ପାଇଁ ସୁଯୋଗ ପାଇବେ ନାହିଁ, ତାହାହେଲେ ସେମାନେ ଅବସାଦଗ୍ରସ୍ତ ହେବେ । ତା’ ଛଡା ଝିଅଙ୍କ ସଂଖ୍ୟ କମ୍ ଥିବାରୁ ବିବାହ କରିବା ପାଇଁ ପୁରୁଷମାନଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହେବ । ମଧ୍ୟ-ବୟସ୍କ ଲୋକେ ଏଥିପାଇଁ ଯୁବକମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଦେଶରେ ବେଶ୍ୟାବୃତିକୁ ଆଇନସମ୍ମତ କରାଯାଉ କିମ୍ବା ମହିଳାମାନଙ୍କୁ ଏକାଧିକ ସ୍ୱାମୀ ରଖିବାକୁ ସୁଯୋଗ ଦିଆଯାଉ । ମୂଳରୁ ବାହା ନହେବା ଅପେକ୍ଷା ଜଣେ ମହିଳାଙ୍କୁ ଏକାଧିକ ପୁରୁଷ ବାହାହେବା ପାଇଁ ପସନ୍ଦ କରିବେ ।

Leave A Reply

Your email address will not be published.

3 × one =