ଭୁବନେଶ୍ବର : ଗଣପର୍ବ ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ଟ୍ବିଟ୍ କରି ଯେ ରଜ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ରଜ ପର୍ବ ଆମ ସମାଜରେ ଆନନ୍ଦ ଓ ଭାତୃତ୍ୱକୁ ଆହୁରି ଦୃଢ଼ କରୁ । ରାଜ୍ୟବାସୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତୋରତ୍ତର ଉନ୍ନତି କାମନା କରୁଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ଟ୍ବିଟ କରି ଲେଖିଛନ୍ତି ଯେ ଏହି ପର୍ବର ଚିରନ୍ତନ ଭାବବୋଧ ସମସ୍ତଙ୍କର ଧେୟ ହେଉ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଣପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ଯେ ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ଓ ସମ୍ମାନ ଜଣାଇବାର ଏହା ହେଉଛି ଆମର ଅନନ୍ୟ ପରମ୍ପରା । କୋଭିଡ୍-୧୯ର ସମସ୍ତ ନିୟମ ମାନି ଘରେ ରହି ଏଥର ରଜ ପର୍ବକୁ ସ୍ୱତନ୍ତ୍ର କରିବା ।

