ବିଞ୍ଝାରପୁର ତା (ନି.ପ୍ର) ବିଞ୍ଝାରପୁର ବ୍ଲକରେ ଆଜି ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ହେଉଛନ୍ତି ଗୁହାଳି ପଂଚାୟତର ୬୦ ବର୍ଷିୟ ବ୍ୟକ୍ତି ଓ ଜରୀ ପଂଚାୟତ ନାଉବାଙ୍କ ଅଂଚଳର ୩୦ ବର୍ଷିୟ ଉଭୟ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି । ଗୁହାଳିର ୬୦ ବର୍ଷିୟ ବ୍ୟକ୍ତି ଦିଲ୍ଲୀରୁ ଫେରି ଗୁହାଳି ଟିଏମସିରେ ରହିଥିବା ବେଳେ ନାଉବାଙ୍କର ଯୁବକ ସିଂହପୁର ସ୍ଥିତ ଖରସ୍ରୋତା ମହାବିଦ୍ୟାଳୟ ଟିଏମସିରେ ରହିଥିଲେ ।