ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା

ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ବଣାଇ ଓ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାରକୋଟ ଡାକ୍ତରଖାନାରେ ଭର୍ତ୍ତି ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ‘ସାରଳା’ ନାମକ ଏହି ବସ୍‌ଟି ଆଜି ସକାଳେ ରାଉରକେଲାରୁ ଅନୁଗୋଳ ଯାଉଥିଲା। ତେବେ ୨୩ ନମ୍ବର ଜାତୀୟ ରାଜପଥରେ ଖୁଲୁଣ୍ଡିପାଣି ନିକଟରେ ଏକ ମାଲ୍‌ବାହୀ ଟ୍ରକ୍ ସହିତ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

Leave A Reply

Your email address will not be published.

11 − eleven =