ଭୁବନେଶ୍ୱର ପହଂଚିଲେ ବିଜୟ ମହାନ୍ତି

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ଭୁବନେଶ୍ୱରରେ ପହଂଚିଲେ ଓଲିଉଡର ଖ୍ୟାତନାମା ଅଭିନେତା ବିଜୟ ମହାନ୍ତି । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଆସି ଆଜି ଭୁବନେଶ୍ୱରରେ ସେ ପହଂଚିଛନ୍ତି । ତେବେ ରାଜଧାନୀରେ ପହଂଚିବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଛି । ଗୁରୁତର ଅବସ୍ଥାରେ ପ୍ରାୟ ୧୫ ଦିନ ଧରି ଏହି ବରିଷ୍ଠ କଳାକାର ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ।
ବିଜୟ ମହାନ୍ତିଙ୍କ ଫେରିବା ନେଇ ସହଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଅଭିନେତା ଅଖିଳ ପଟ୍ଟନାୟକ । ବିଜୟ ମହାନ୍ତିଙ୍କୁ ନେଇ ଆସିଥିବା ଆମ୍ବୁଲାନ୍ସରେ ଡାକ୍ତର, ନର୍ସ ଏବଂ ଆଇସିୟୁ ବ୍ୟବସ୍ଥା ରହିଛି । ତାଙ୍କ ପରିବାର ମଧ୍ୟ ଏହି ଆମ୍ବୁଲାନ୍ସରେ ଆସିଛନ୍ତି । ବିଜୟ ମହାନ୍ତି ଓଡ଼ିଶା ଫେରିବାକୁ ଚାହୁଁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.

5 × five =