ସସ୍ପେନ୍ସ ଭିତରେ ପୁରୀ ରଥ ଯାତ୍ରା

ପୁରୀ- ପ୍ରଭୁ ଶ୍ରୀଜଗନାଥଙ୍କ ଘୋଷଯାତ୍ରାକୁ ନେଇ ବଢିଛୁ ସମ୍ଭାବନା । ଜୁନ ୧୯ ସୁଦ୍ଧା ବଡଦାଣ୍ଡ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ପୌର ସଂସ୍ଥା ପକ୍ଷରୁ ନିର୍ଦେଶ ଦିଆଯାଇଛି । ଏହି ଘୋଷଣା ହେବା ପରେ ରଥ ଯାତ୍ରାକୁ ନେଇ ବଢୁଛ ସସ୍ପେନ୍ସ । ଘୋଷଯାତ୍ରା ମାତ୍ର ସପ୍ତାହେ ରହିଥିଲେ ହିଁ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ପୁରୋହିତଙ୍କ ମତରେ କରୋନା ସତ୍ୱେ ଠାକୁରଙ୍କ କୌଣସି ନୀତିକାନ୍ତି ବନ୍ଦ ହୋଇନି । ତେଣୁ ବଡ ଦାଣ୍ଡରେ ରଥ ଗଡୁ । ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ କହିଛନ୍ତି ରଥଯାତ୍ରା ବନ୍ଦ ହେଲେ ଓଡିଶା ସରକାର ଓ ଭକ୍ତଙ୍କ ପାଇଁ ଖରାପ ହେବ ଓ କଳଙ୍କ ମୟ ଇତିହାସ ସୃଷ୍ଟି ହେବ । ମୁକ୍ତିମଣ୍ଡପ ପଣ୍ଡିତ ଉପସଭାପତି କହିଛନ୍ତି ହାତୀ କି ମେସିନ ନୁହେଁ ବରଂ ପୋଲିସ ଓ ଅଧିକ ସେବାୟତରେ ରଥ ଟଣା ସମ୍ଭବ ହୋଇପାରିବ ।

Leave A Reply

Your email address will not be published.

seven + two =